ଜଘନ୍ୟକାଣ୍ଡ ପାଇଁ ଜଲିଉଡ ଦେଉଛି କି ପ୍ରେରଣା? ଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି କି ଯାତ୍ରା ପେଣ୍ଡାଲର ବଳାତ୍କାର ଦୃଶ୍ୟ ? ରାଇମୋହନ କହିଲେ ସତ…

1,132

କନକ ବ୍ୟୁରୋ: କଣ ପାଇଁ ବଢୁଛି ଦୁଷ୍କର୍ମ? ପ୍ରତି ମୁହୂର୍ତ୍ତରେ ଘଟୁଥିବା ଏ ଜଘଣ୍ୟକାଣ୍ଡ ପଛରେ କଣ ରହିଛି ପ୍ରକୃତ କାରଣ ? ଦୁଷ୍କର୍ମ ପାଇଁ ଅଶ୍ଲୀଳ ଭିଡିଓ ଉସୁକାଉଛି ନା ସିନେମା ଓ ଯାତ୍ରାରେ ପ୍ରଦର୍ଶିତ ହେଉଥିବା ନଗ୍ନ ନୃତ୍ୟ, ବଳାତ୍କାର ଦୃଶ୍ୟ ପ୍ରଭାବିତ କରୁଛି? ରାଜ୍ୟରେ ବଢୁଥିବା ଦୁଷ୍କର୍ମ, ଗଣଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ କରିବାକୁ ଯାତ୍ରାର ଖୋଲା ବଳାତ୍କାର ଦୃଶ୍ୟ ଦର୍ଶକଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହେଉଛି ।

ରାତିର ଅନ୍ଧାରରେ, ଖୋଲା ପେଣ୍ଡାଲ ଉପରେ ବଳାକ୍ରାରର ବର୍ବର ଦୃଶ୍ୟ ପ୍ରଦର୍ଶିତ ହୁଏ । ଶହ ଶହ ଦର୍ଶକଙ୍କ ସାମନାରେ ଏଭଳି ଦୃଶ୍ୟକୁ ଅଭିନୟ କରି ଦେଖାନ୍ତି କଳାକାର । ଯାହାକୁ ଭରପୁର ଉପଭୋଗ କରନ୍ତି ଦର୍ଶକ । ତେବେ ଖୋଲା ମଞ୍ଚରେ ଦେଖୁଥିବା ଏସବୁ ଦୃଶ୍ୟ ଦୁଷ୍କର୍ମ ଭଳି ଅମାନବୀୟ କାଣ୍ଡ କରିବାକୁ ପ୍ରୋତ୍ସାହିତ କରେ କି ? ଦିନକୁ ଦିନ ଦୃଷ୍କର୍ମ ବଢୁଥିବାରୁ ଯାତ୍ରା ପେଣ୍ଡାଲ ଓ ସିନେମାର ରୂପେଲୀ ପରଦା ଉପରକୁ ଏ ପ୍ରଶ୍ନ ଉଠୁଛି ।

ସେପଟେ ଯାତ୍ରା ଏସବୁ ପାଇଁ ବାର୍ତ୍ତା ଦେଉଛି କି ପ୍ରଶ୍ନରେ ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା କଳାକାର ରାଇମୋହନ ପରିଡା । ତାଙ୍କ କହିବା କଥା, ଯାତ୍ରାରେ ସମାଜକୁ ଭଲ ବାର୍ତ୍ତା ଦିଆଯାଉଥିବା ବେଳେ ଏଭଳି କୁକର୍ମ କରୁଥିବା ବ୍ୟକ୍ତି ଏଥିରୁ କିଛି ଶିଖନ୍ତି ନାହିଁ । ସେପଟେ ଯାତ୍ରାର ପ୍ରତିଷ୍ଠିତ ଖଳ ନାୟକ ଦଇତାରୀ ପଣ୍ଡା ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି ।

ତେବେ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ କାହିଁକି ଦୁଷ୍କର୍ମ ବଢୁଛି, କାହିଁକି ମଣିଷ ସଇତାନ ପାଲଟି ଯାଉଛି, ଏହାକୁ ନେଇ ଚାଲିଛି ତର୍କ ବିତର୍କ । ଆଉ ଏଭଳି ପରିସ୍ଥିତିରେ ଯାତ୍ରା କିମ୍ବା ସିନେମା ଯୋଗୁଁ ନୁହେଁ ବରଂ ରୁଗଣ ମାନସିକତା ପାଇଁ ଏମିିତି ଘଟୁଥିବା କହିଛନ୍ତି କଳାକାର ।