ଆପଣଙ୍କ ଶରୀରରେ ଆଇରନର ଅଭାବ ଥିଲେ…ଖାଆନ୍ତୁ ଏସବୁ ଫଳ । ଦୂର ହେବ ଶାରୀରିକ ସମସ୍ୟା

369

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍ ଠିକଣା ରହୁନଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନର ଅଭାବ ଦେଖାଯାଇଥାଏ । ଠିକ୍ ଭାବରେ ଖାନ୍ୟ ନଖାଉଥିବାରୁ ଏବେ ଅଧିକାଂଶ ଲୋକଙ୍କ ଶରୀରରେ ଆଇରନର ଅଭାବ ଦେଖାଦେଉଛି । ଶରୀରରେ ଆଇରନର ଅଭାବ ହେଲେ ଅଧିକ ଥକାପଣ ଅନୁଭବ ହେବ, ମୁହଁ ଏବଂ ଆଖି ହଳଦିଆ ପଡ଼ିଯିବ, ଲଗାତାର ମୁଣ୍ଡ ବିନ୍ଧିବା, ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଶରୀରରେ ହେଉଥିବା ଆଇରନର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ ଏହି ସବୁ ଜିନିଷ ଖାଇବା ଆରମ୍ଭ କରନ୍ତୁ ।

• ବିଟରେ ଆଇରନର ମାତ୍ରା ଭରପୂର ହୋଇ ରହିଥାଏ । ପ୍ରତିଦିନ ଏହାକୁ ସାଲାଡ଼୍ ବା ଜୁସ୍ କରି ପିଇବା ଆରମ୍ଭ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ରକ୍ତରେ ଆଇରନର ଅଭାବ ଦେଖାଯିବ ନାହିଁ ।

• ଆଇରନର ଅଭାବ ଦେଖାଗଲେ ପୋଇ, ବ୍ରୋକଲି, ପତ୍ର କୋବି, ଫୁଲ କୋବି ଇତ୍ୟାଦି ପରିବା ଖାଇବା ଆରମ୍ଭ କରନ୍ତୁ । ନିୟମିତ ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣ ହେବା ସହ ରକ୍ତରେ ଆଇରନର ମାତ୍ରା ଠିକ୍ ରହିଥାଏ ।

• ତରଭୂଜ, ସେଓ, ଅଙ୍ଗୁର, କିସମିସ୍, ଡ଼ାଳିମ୍ବ ଇତ୍ୟାଦିରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ ।ଏହା ଆନିମିଆକୁ ଦୂର କରିଥାଏ । ପ୍ରତିଦିନ ଗୋଟିଏ ଲେଖାଏ ଡ଼ାଳିମ୍ବ ଖାଇବା ଆରମ୍ଭ କରନ୍ତୁ ।