ପାଖରେ ଟଙ୍କା ନାହିଁ କିନ୍ତୁ ଟ୍ରେନ୍ ଟିକଟ୍ ବୁକ୍ କରିବା ନିହାତି ଜରୁରୀ , ତେବେ ଚିନ୍ତା କରନ୍ତୁ ନାହିଁ ଏବେ ବିନା ଟଙ୍କାରେ ବୁକ୍ କରିପାରିବେ ଟ୍ରେନ୍ ଟିକଟ୍ ! ଜାଣନ୍ତୁ ଆଇଆରସିଟିସିର ନୂଆ ଅଫର ।

579

ଯଦି ଆପଣ ଟ୍ରେନ୍ ଟିକଟ୍ ବୁକ୍ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ନଥିଲେ ସେତେବେଳେ କରିବେ କ’ଣ ? ଏଭଳି ସ୍ଥିତିରେ ଆପଣ ଟିକଟ୍ ବୁକ୍ କରିପାରିବେ ଏବଂ ୧୪ ଦିନ ଭିତରେ ଟଙ୍କା ଫେରସ୍ତ ଦେଇପାରିବେ । ଏଥିରେ ଅର୍ଥଶାସ୍ତ୍ର ବେସରକାରୀ ଲିମିଟେଡର ପାଇଲେଟ୍ ପ୍ରୋଜେକ୍ଟ ଇ-ପେ ଲେଟର ଆପଣଙ୍କୁ ଏଥିରେ ସାହାଯ୍ୟ କରିବ । ଏହି ପ୍ରୋଜେକ୍ଟକୁ ଇଣ୍ଡିଆନ୍ ରେଲୱେ କେଟରିଙ୍ଗ୍ ଆଣ୍ଡ୍ ଟୁରିରିଜମ୍ କର୍ପୋରେସନ୍ (ଆଇଆରସିଟିସି) ତରଫରୁ କରାଯାଇଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ପ୍ରୋଜେକ୍ଟ ଏବଂ କିଭଳି କରିବେ ଏହାର ବ୍ୟବହାର ।

କ’ଣ ଏହି ଇ-ପେ ଲେଟର୍ : ଏହି ସ୍କିମ ଅନୁସାରେ କୌଣସି ଗ୍ରାହକ ଆଇଆରସିଟିସିର ୱେବସାଇଟରୁ ବିନା କୌଣସି ପେମେଣ୍ଟରେ ୧୪ ଦିନ ପରେ ଟଙ୍କା ଦେଇପାରିବେ । ଏହି ସେବାର ଲାଭ ଉଠାଉଥିବା ଲୋକଙ୍କୁ ୩.୫ ପ୍ରତିଶତ ସର୍ଭିସ୍ ଚାର୍ଜ ଦେବାକୁ ହେବ । ଯଦି ଆପଣ ୧୪ ଦିନ ଭିତରେ ପେମେଣ୍ଟ ଦେଉଛନ୍ତି ତେବେ ଆପଣଙ୍କୁ ଅତିରିକ୍ତ ସୁଧ ଦେବାକୁ ପଡିବନାହିଁ । ଯଦି ଏହାଛଡା ଆପଣ ଉଚିତ୍ ସମୟରେ ନେଣଦେଣ କରନ୍ତି ତେବେ ଆପଣଙ୍କ କ୍ରେଡିଟ୍ ଲିମିଟ୍ କୁ ବଢାଇପାରିବେ । ଏହି ସୁବିଧାର ଲାଭ ଆପଣ ଆଇଆରସିଟିସି ଆକାଉଣ୍ଟ୍ ରୁ ଉଠାଇ ପାରିବେ । ଟିକଟ୍ ବୁକ୍ କରୁଥିବା ସମୟରେ ଆପଣଙ୍କ ଦ୍ୱାରା ଏହି କଥାର ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଟିକଟର ଦର କ୍ରେଡିଟ୍ ସୀମା ଭିତରେ ରହିବା ଦରକାର ଏବଂ ଠିକ୍ ସମୟରେ ପେମେଣ୍ଟ ହେବା ଆବଶ୍ୟକ । ଯଦି ଆପଣ ପେମେଣ୍ଟରେ ବିଳମ୍ବ କରୁଛନ୍ତି ତେବେ କ୍ରେଡିଟ୍ ଲେସ୍ ହୋଇଯିବ ଯାହାପରେ ଆପଣ ଏହି ସୁବିଧାକୁ ନେଇପାରିବେ ନାହିଁ ।

ସର୍ବପ୍ରଥମେ ଆଇଆରସିଟିସି ଆକାଉଣ୍ଟ ଲଗଇନ୍ କରନ୍ତୁ । ଏହାପରେ ଯେଉଁ ସ୍ଥାନର ଟିକଟ୍ ବୁକ୍ କରିବାକୁ ଚାହୁଁଛନ୍ତି ସେଠାକାର ଡିଟେଲ୍ ଦିଅନ୍ତୁ । ଏହାପରେ ନେକ୍ସଟ ବଟନ୍ ରେ କ୍ଲିକ୍ କରି ନୂଆ ପେଜ୍ କୁ ଯାଆନ୍ତୁ । ଏଥିରେ ପେମେଣ୍ଟର ଡିଟେଲ୍ ଦିଅନ୍ତୁ । ଏଥିରେ ଆପଣ କ୍ରେଡିଟ୍ ,ଡେବିଟ୍ , ଭିମ୍ ଆପ୍ ,ନେଟ୍ ବ୍ୟାଙ୍କିଙ୍ଗ୍ ରେ ପେମେଣ୍ଟ୍ କରିପାରିବେ । ଏଥିରେ ଇ-ପେ ଲେଟରର ଅପ୍ସନ୍ ଉପରେ କ୍ଲିକ୍ କରି ରେଜିଷ୍ଟର କରନ୍ତୁ । ଏଥିପାଇଁ ଆପଣଙ୍କୁ www.epaylater.in  ରେ ଯାଇ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହାପରେ ଆପଣଙ୍କ ସାମ୍ନାକୁ ବିଲ୍ ପେମେଣ୍ଟ୍ କରିବାର ଅପ୍ସନ୍ ଆସିଯିବ । ଏହାକୁ ଚୟନ କରିବା ପରେ ଆପଣଙ୍କୁ ବିନା କୌଣସି ପେମେଣ୍ଟରେ ଟ୍ରେନ୍ ଟିକଟ୍ ମିଳିଯିବ ।