ଆଇଆରସିଟିସି ଆରମ୍ଭ କଲା ନୂଆ ସ୍କିମ୍ : ପଇସା ନଦେଇ ପ୍ରଥମେ ବୁକ୍ କରିପାରିବେ ତତ୍କାଳ ଟିକେଟ୍

32

ରେଳ ଯାତ୍ରୀମାନେ ଏବେ ପାଇବେ ନୂଆ ସୁବିଧା । ଆଇଆରସିଟିସି ଆରମ୍ଭ କରିଛିି ଏକ ନୂଆ ସ୍କିମ୍ । ରେଳ ଯାତ୍ରା କରିବାକୁ ଚାହୁଁଥିଲେ ,ପଇସା ନଦେଇ ପ୍ରଥମେ ବୁକ୍ କରିପାରିବେ ଟିକେଟ । ଆଉ ଏହା ତତ୍କାଳ ଟିକେଟ୍ ଭିତ୍ତିରେ କରାଯିବ । ଏହି ସୁବିଧା ଆଜିଯାଏ ସାଧାରଣ ଟିକେଟ୍ ବୁକିଂରେ ଉପଲବ୍ଧି ଥିଲା । ଏବେ ଦୁଇଟି କ୍ଲିକରେ ଟିକେଟ୍ ତୁରନ୍ତ ବୁକ୍ କରିପାରିବେ । ଏହି ସ୍କିମ୍ ଅନୁସାରେ ଆଇଆରସିଟିସିର ୟୁଜର୍ସମାନେ ନିଜ ଘରେ ବସି ଟିକେଟ ଡେଲିଭରିର ବିକଳ୍ପ ବାଛି ନଗଦ ,ଡେବିଟ୍ ବା କ୍ରେଡିଟ୍ କାର୍ଡଦ୍ୱାରା ଟିକେଟ୍ ବୁକିଂ କରିପାରିବେ ।

ଏହା ଆଇଆରସିଟିସି ପେମେଂଟ ପ୍ରୋଭାଇଡର ଅନ୍ଦୁରିଲ୍ ଟେକ୍ନୋଲୋଜି ସୂଚନା ଦେଇଛି । ଆଇଆରସିଟିସରେ ପ୍ରତିଦିନ ୧୩୦ହଜାର ତତ୍କାଳ ଟ୍ରାଂଜାକ୍ସନ ହେଉଛି । ଏହି କୋଟା ଆରମ୍ଭ ହେବା କ୍ଷଣି ଏହି ଟ୍ରାଂଜାକ୍ସନ ସଂଖ୍ୟା ବଢିଯାଇଛି ।

ନୂଆ ଫିଚର ଟ୍ରାଂଜାକ୍ସନ ଫେଲ ବିଷୟରେ ସୂଚନା ଦେଇଛି କି ଅନେକ କିଛି କାରଣ ଥିଲେ ଟିକେଟ୍ ଇସ୍ୟୁ କରାଯିବ ନାହିଁ ଏବଂ ୧୫ ଦିନ ଭିତରେ ପଇସା ରିଫଣ୍ଡ ହୋଇପାରିବ । ଏହି ପେ’ ଅନ୍ ଡେଲିଭରି ସିଷ୍ଟମ ଦ୍ୱାରା ଆପଣ ଟିକେଟ୍ ବୁକିଂ କନଫର୍ମ ହେବା କ୍ଷଣି ତତ୍କାଳ ଟିକେଟ୍ ପାଇପାରିବେ । ଯାହା ଦ୍ୱାରା ଆପଣଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ ।            ( ସୈାଜନ୍ୟ – ନ୍ୟୁଜ୍-୧୮)