ଇରାନ ମୁଣ୍ଡରୁ ଯାଉନି ଆକ୍ରମଣର ଭୂତ । ପୁଣି ଇରାକରେ ଥିବା ଆମେରିକା ସେନାକ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ । ସୁଲେମାନି ମୃତ୍ୟୁ ପରେ ଅଷ୍ଟମ ଥର ପାଇଁ ରକେଟ ମାଡ

ମୃତାହତର ସୂଚନା ନାହିଁ

553

କନକ ବ୍ୟୁରୋ: ଇରାନ ମୁଣ୍ଡରୁ ଯାଉନି ଆମେରିକା ଉପରେ ପ୍ରତି ଆକ୍ରମଣର ଭୂତ । ଏହି ଭୂତ ଏମିତି ସବାର ହୋଇଛି ଯେ ରହି ରହି ଇରାନ୍ କରୁଛି ରକେଟ୍ ମାଡ । ତେବେ ଏଥର ଏହି ରକେଟର ଶିକାର ହୋଇଛି ଇରାକ୍ । ଇରାକରେ ଥିବା ଆମେରିକାର ସୈନ୍ୟ ଠିକଣାକୁ ନିଶାନା କରି ଇରାନ୍ ରକେଟ୍ ମାଡ କରିଥିବା ବେଳେ ଏହା ଇରାକ୍ ଏୟାରବେସ୍ ଉପରେ ପଡିଛି । ନ୍ୟୁଜ୍ ଏଜେନ୍ସି ଏଏଫପି ଏନେଇ ସୂଚନା ଦେଇଛି ।

ବିମାନ ବନ୍ଦରରେ ଥିବା ଇରାକ ପୋଲିସ ଉପରେ ଗୋଟିଏ ରକେଟ୍ ମାଡ ହୋଇଛି । ଏହି ଆକ୍ରମଣରେ କାହାର ମୃତାହତ ନେଇ କୌଣସି ସୂଚନା ଜଣାପଡିନି ।  ଏହି ଘଟଣା ଆଗରୁ ଇରାକ୍ ଏୟାରବେସ ଉପରେ ମୋଟ୍ ୮ଟି ରକେଟ୍ ମାଡ କରିସାରିଛି ଇରାନ । ଏଥିରୁ ୭ଟି ରନୱେ କୁ ପୁରା କ୍ଷତି ପହଁଚାଇଛି । ଇରାକ୍ ରାଜଧାନୀ ବାଗଦାଦ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି ।