କନକ ବ୍ୟୁରୋ: ଇରାନ ମୁଣ୍ଡରୁ ଯାଉନି ଆମେରିକା ଉପରେ ପ୍ରତି ଆକ୍ରମଣର ଭୂତ । ଏହି ଭୂତ ଏମିତି ସବାର ହୋଇଛି ଯେ ରହି ରହି ଇରାନ୍ କରୁଛି ରକେଟ୍ ମାଡ । ତେବେ ଏଥର ଏହି ରକେଟର ଶିକାର ହୋଇଛି ଇରାକ୍ । ଇରାକରେ ଥିବା ଆମେରିକାର ସୈନ୍ୟ ଠିକଣାକୁ ନିଶାନା କରି ଇରାନ୍ ରକେଟ୍ ମାଡ କରିଥିବା ବେଳେ ଏହା ଇରାକ୍ ଏୟାରବେସ୍ ଉପରେ ପଡିଛି । ନ୍ୟୁଜ୍ ଏଜେନ୍ସି ଏଏଫପି ଏନେଇ ସୂଚନା ଦେଇଛି ।
ବିମାନ ବନ୍ଦରରେ ଥିବା ଇରାକ ପୋଲିସ ଉପରେ ଗୋଟିଏ ରକେଟ୍ ମାଡ ହୋଇଛି । ଏହି ଆକ୍ରମଣରେ କାହାର ମୃତାହତ ନେଇ କୌଣସି ସୂଚନା ଜଣାପଡିନି । ଏହି ଘଟଣା ଆଗରୁ ଇରାକ୍ ଏୟାରବେସ ଉପରେ ମୋଟ୍ ୮ଟି ରକେଟ୍ ମାଡ କରିସାରିଛି ଇରାନ । ଏଥିରୁ ୭ଟି ରନୱେ କୁ ପୁରା କ୍ଷତି ପହଁଚାଇଛି । ଇରାକ୍ ରାଜଧାନୀ ବାଗଦାଦ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏହି ଆକ୍ରମଣ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/ATTACK.jpg)
/kanak/media/post_attachments/wp-content/uploads/2020/01/200113144745-arwa-damon-exclusive-al-asad-base2-exlarge-169.jpg)