ବଦଳିଲେ ଟ୍ୱିନସିଟି ପୋଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ।

681

କନକ ବ୍ୟୁରୋ: ବଦଳିଲେ ପୋଲିସ କମିଶନର । ଆଇପିଏସ ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସେହିଭଳି ସତ୍ୟଜିତ ମହାନ୍ତି ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ମିଳିଳା ନୂଆ ଦାୟିତ୍ୱ ।

ଅନ୍ୟପଟେ ଆର.ପି କୋଚେ ହେଲେ ଆଇନ ଶୃଙ୍ଖଳା ଅତରିକ୍ତ ଡିଜି ଭାବେ ଦାୟିତ୍ୱ  ମିଳିଥିବାବେଳେ ଆଶିଷ ସିଂ ହେଲେ କେନ୍ଦ୍ରାଞ୍ଚଳ ଡିଆଇଜି । ସତ୍ୟବ୍ରତ ଭୋଇଙ୍କୁ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ହିମାଂଶୁ ଲାଲ ହେଲେ ଉତ୍ତରାଞ୍ଚଳ ଡିଆଇଜି । ସେହିପରି ଦୀପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସଫିମ ଅହମ୍ମଦ କେ. ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ ମିଳିଲା ଦାୟିତ୍ୱ ।

ସେହିଭଳି ଅମିତାଭ ଠାକୁରଙ୍କୁ ଆଇଜି, ଅପରେସନ ଦାୟିତ୍ୱ ମିଳିଥିବାବେଳେ ପି.ଏସ ରାନପିସେ ଭିଜିଲାନ୍ସ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ଅନ୍ୟପଟେ ଏନ.ବି ଭାରତୀଙ୍କୁ ଏଚଆରପିସି ଆଇଜି ଦାୟିତ୍ୱ ମିଳିଥିବାବେଳେ ସାର୍ଥକ ଷଡଙ୍ଗୀ ଭୁବନେଶ୍ୱର ଭିଜିଲାନ୍ସ ଏସପି ଭାବେ ମିଳିଛି ନୂଆ ଦାୟିତ୍ୱ ।