ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ । ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି ।

109

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୩୨ ଜଣ ଆଇପିଏସ ଓ ୪ ଜଣ ଓପିଏସଙ୍କୁ ନୁଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପଦୋନ୍ନତି ପାଇବା ପରେ ବଦଳିଛନ୍ତି ଭୁବନେଶ୍ୱର ଡିସିପି । ଅନୁପ ସାହୁ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ପାଇଛନ୍ତି । ସତ୍ୟବ୍ରତ ଭୋଇଙ୍କ ସ୍ଥାନରେ ସେ ଏହି ଗୁରୁ ଦାୟିତ୍ୱ ତୁଲାଇବେ । ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପି ଥିବା ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଂଚଳ ଡିଆଇଜି ଭାବେ ନୁଆ ଦାୟିତ୍ୱ ମିଳିଛି । ଜିଲ୍ଲା ଏସପି ସ୍ତର ସମେତ ବରିଷ୍ଠ ଅଧିକାରୀଙ୍କ ସ୍ତରରେ ମଧ୍ୟ ଏକ ବଡ ଧରଣର ଅଦଳବଦଳକୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ନଜର ପକାନ୍ତୁ କେଉଁ ଅଧିକାରୀଙ୍କୁ କେଉଁ ଦାୟିତ୍ୱ ମିଳିଛି ।

ଏମ. କେ. ଛାବ୍ରା – ଅତିରିକ୍ତ ଡିଜିପି, ଏସଏପି
ବି. ରାଧିକା – ପୋଲିସ ମୁଖ୍ୟାଳୟ
ଅରୁଣ ଷଡଙ୍ଗୀ – ଅତିରିକ୍ତ ଡିଜି ଟ୍ରେନିଂ, ନିର୍ଦ୍ଦେଶକ ବିପିଏସପିଏ
ଏସ. କେ. ନାଥ୍ – ଅତିରିକ୍ତ ଡିଜି, ଏସଏଫଏସଏଲ
ବିନୟତୋଷ ମିଶ୍ର – ଅତିରିକ୍ତ ଡିଜି, ଆଧୁନିକୀକରଣ
ଆର. ପି. କୋଚ୍ଚେ – ଅତିରିକ୍ତ ଡିଜି, ଅପରେସନ୍
ଆର. କେ. ଶର୍ମା – ଅତିରିକ୍ତ ନିର୍ଦ୍ଦେଶକ, ଅ।।ଇଜି ଇଂଟେଲିଜେନ୍ସ
ପି. ଏସ. ରଣପିଷେ – ଆଇଜି ପର୍ସୋନେଲ
ଅରୁଣ ବୋଥ୍ରା – ଆଇଜି, ସିଆଇଡି ସିବି
ସଂଜୟ କୁମାର ସିଂ – ଅତିରିକ୍ତ କମିଶନର, ଭୁବନେଶ୍ୱର-କଟକ
ଘନଶ୍ୟାମ ଉପଧ୍ୟାୟ – ଆଇଜି, ତାଳଚେର ରେଂଜ
ୟତିନ୍ଦ୍ର କୋଏଲ୍ – ଆଇଜି, ଭିଜିଲାନସ
ଏ. ଏନ୍. ସିହ୍ନା – ଡିଆଇଜି, ପୂର୍ବାଂଚଳ ରେଂଜ
ଏନ. କେ. କାନୋଡିଆ – ଡିଆଇଜି, ଅର୍ଥନୈତିକ ଅପରାଧ ଶାଖା
ଦୀପ୍ତେଶ ପଟ୍ଟନାୟକ – ଡିଆଇଜି, ଏସସି ଏସଟି ସେଲ୍, ଏଚଆରପିସି
ଆଶିଷ କୁମାର ସିଂ – ଦକ୍ଷିଣାଂଚଳ ଡିଆଇଜି
ସତ୍ୟବ୍ରତ ଭୋଇ – ଉତ୍ତରାଂଚଳ ଡିଆଇଜି
ଜୟ ନାରାୟଣ ପଂକଜ – ଏସପି, ଜଗତସିଂହପୁର
ଅନିରୁଦ୍ଧ ସିଂ – କମାଣ୍ଡାଣ୍ଟଏସଓଜି
ଅନୁପ କୁମାର ସାହୁ – ଡିସିପି, ଭୁବନେଶ୍ୱର
ଅବିନାଶ କୁମାର – ଏସପି, ମୟୁରଭଂଜ
ନୀତି ଶେଖର – ଏସପି, ସିଆଇଡି-ସିବି
ବ୍ରିଜେଶ କୁମାର ରାଏ – ଏସପି, ଗଂଜାମ
ମିତ୍ରଭାନୁ ମହାପାତ୍ର – ଏସପି, ଅନୁଗୁଳ
ପିନାକ୍ ମିଶ୍ର – ଏସପି, ବ୍ରହ୍ମପୁର
ବି. ଯୁଗଳ କିଶୋର କୁମାର – ଏସପି, ବାଲେଶ୍ୱର
ଅନୁପମା ଜେମସ – ଏସପି, ଦେଓଗଡ
ମୁକେଶ କୁମାର ଭାମୁ – ଏସପି, ବରଗଡ
ସୈାମ୍ୟା ମିଶ୍ର – ଏସପି, ସୁନ୍ଦରଗଡ
ବିବେକାନନ୍ଦ ଶର୍ମା – ଏସପି, ନବରଙ୍ଗପୁର
ପ୍ରତୀକ ସିଂ – ଏସପି, କନ୍ଧମାଳ
କାର୍ତ୍ତିକେଶ୍ୱର ସାମଲ – ଏସପି, ସ୍ପେଶାଲ ବ୍ରାଂଚ
ସନ୍ତୋଷ କୁମାର ନାୟକ – ଏସପି, ଢେଙ୍କାନାଳ
ବି. କେ. ପାଣିଗ୍ରାହୀ – ଏଆଇଜି, ପୋଲିସ ମୁଖ୍ୟାଳୟ
ପ୍ରାଣଧନ ମହାପାତ୍ର – ଡିସିପି, କମିଶନରେଟ ମୁଖ୍ୟାଳୟ