କନକ ବ୍ୟୁରୋ : ଆଇପିଏଲ-୧୦ର ୬ଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଲାୟନସକୁ ପରାସ୍ତ କରିଛି । ସନରାଇଜର୍ସର ବୋଲର ରସିଦ ଖାନ ଓ ଭୁବନେଶ୍ୱର କୁମାରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଏହି ଦୁଇ ବୋଲର ସୁରେଶ ରାଇନାଙ୍କ ଗୁଜୁରାଟ ଲାୟନସକୁ ୧୩୫ ରନରେ ସିମୀତ ରଖିଥିଲେ । ଫଳରେ ହାଇଦ୍ରାବାଦ ପାଇଁ ମାତ୍ର ୧୩୬ ରନର ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ଅଧିନାୟକ ଡେଭିଡ ୱାର୍ନର ଓ ମୋଜେସ ହେନେରିକସ ଲକ୍ଷ୍ୟକୁ ପୁରଣ କରିଥିଲେ ।
ୱାର୍ନର ମୋଟ ୪୫ଟି ବଲରେ ୭୬ ରନ ସଂଗ୍ରହ କରିଥିଲେ । ସେହିପରି ହେନେରିକ୍ସ ୩୯ଟି ବଲରେ ୫୨ ରନ୍ କରିଥିଲେ । ସେହିପରି ଆଇପିଏଲର ୭ମ ମ୍ୟାଚରେ ମୁମ୍ବାଇ କୋଲକାତାକୁ ହରାଇ ନିଜର ବିଜୟ ଖାତା ଖୋଲିଛି । ମୁମ୍ବାଇର ବୋଲର କୁନାଲ ଓ ହାର୍ଦିକ ପାଣ୍ଡ୍ୟା କୋଲକାତାକୁ ୧୭୯ ରନରେ ସିମୀତ କରି ରଖିଥିଲେ । ଯାହାକୁ ମୁମ୍ବାଇ ହାସଲ କରିନେଇଥିଲା । ମୁମ୍ବାଇ ଟିମ୍ ଗତକାଲି ସାଉଦିଙ୍କ ସ୍ଥାନରେ ମାଲିଂଗା ଓ ଅମ୍ବାତି ରାୟଡୁଙ୍କ ସ୍ଥାନରେ ହରଭଜନଙ୍କୁ ଚୁଡାନ୍ତ ଦଳରେ ସାମିଲ କରିଥିଲା । ଆଜି ଇନ୍ଦୋରରେ କିଂଗସ୍ ଏକାଦଶ ପଂଜାବ ଓ ରୟାଲ ଚ୍ୟାଲେଂଜର୍ସ ବେଙ୍ଗାଲୁର ମଧ୍ୟରେ ମ୍ୟାଚ ଖେଳାଯିବ ।
ଏହା ସହ ଦେଖନ୍ତୁ ଏହିି ଭିଡିଓ-