ଆଇପିଏଲ୍ ମହାସମର ! ଆଜି ଗୁଜୁରାଟକୁ ଭେଟିବ କୋଲକାତା

26

କନକ ବ୍ୟୁରୋ : ଆଇପିଏଲରେ ଆଜି ଗୁଜୁରାଟ ଲାୟନ୍ସକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ । ଆରମ୍ଭରୁ ଗୁଜରାଟ ଲାୟନ୍ସ କଠିନ ପରୀକ୍ଷା ଦେବ । ଆଜି ରାତି ୮ଟାରେ ରାଜକୋଟ ଠାରେ ୨ ଥର ବିଜେତା ନାଇଟ ରାଇଡର୍ସକୁ ଭେଟିବ ଲାୟନ୍ସ । ତେବେ କୋଲକାତାକୁ ଚକମା ଦେବା ଭଳି ଶକ୍ତି ଓ ସାମର୍ଥ୍ୟ ରହିଛି ଲାୟନ୍ସ ପାଖରେ । ଅଧିନାୟକ ସୁରେଶ ରାଇନା, ଅଷ୍ଟ୍ରେଲିଆର ଆରୋନ ଫିଂଚ, ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ, ଭାରତୀୟ ତାରକା ଦିନେଶ କାର୍ତିକ, ୱେଷ୍ଟଇଣ୍ଡିଜ ଷ୍ଟାର ଡ୍ୱେନ ସ୍ମିଥଙ୍କୁ ନେଇ ବ୍ୟାଟିଂ ସୁଦୃଢ ।

ଏହାଛଡା ଜସନ ରଏ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ମଧ୍ୟ ଲାୟନ୍ସ ପାଖରେ ଅଛନ୍ତି । ସେପଟେ ନାଇଟ ରାଇଡର୍ସ ଅଧିନାୟକ ଗୌତମ ଗମ୍ଭୀର, ରବିନ ଉଥାପା, ଡାରେନ ବ୍ରାଭୋ, ମନୀଷ ପାଣ୍ଡେ, କ୍ରିସ ଲିୟନଙ୍କ ବ୍ୟାଟିଂକ୍ରମରେ ସମୃଦ୍ଧ । ତେବେ କୋଲକାତାର ଅସଲ ଶକ୍ତି ହେଉଛି ସ୍ପିନ ବିଭାଗ । ସକିବ-ଅଲ-ହାସନ, ପୀୟୁଷ ଚାୱଲା, କୁଲଦୀପ ଯାଦବ, ସୁନୀଲ ନାରିନ ପ୍ରତିପକ୍ଷ ଦଳକୁ ଧ୍ୱସ୍ତବିଧ୍ୱସ୍ତ କରିବାକୁ ସକ୍ଷମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-