ଆଇପିଏଲ୍ ଖେଳର ଏଭଳି ଏକ ଦମଦାର୍ ଖେଳାଳୀ ଯାହାଙ୍କୁ କିଣିବା ପାଇଁ ଚାହିଁ ରହିଛନ୍ତି ସବୁ ଦଳର ମାଲିକ! କିନ୍ତୁ ଚାହିଁଲେ ବି କିଣିପାରନ୍ତି ନାହିଁ । 

2,530

ଦେଶର ସବୁଠାରୁ ମହଙ୍ଗା ଖେଳ ଆଇପିଏଲ୍ ଲିଗ୍ ଖେଳିବା ପ୍ରତିଟି କ୍ରିକେଟ୍ ଖେଳାଳୀଙ୍କ ସ୍ୱପ୍ନ । ପ୍ରଚୁର ଟଙ୍କାର ଖେଳ ଆଇପିଏଲ୍ ଥରେ ଖେଳିଦେଲେ ଜଣେ ଗରୀବ ଖେଳାଳୀଙ୍କ ପାଖକୁ ମଧ୍ୟ ଟଙ୍କାର ସୁଅ ଛୁଟିଥାଏ । ଆଇପିଏଲ ୨ ମାସରେ ଭଲ ପ୍ରଦର୍ଶନ କଲେ ମଧ୍ୟ ଖେଳାଳୀଙ୍କୁ ଅନ୍ତରାଷ୍ଟ୍ରୀୟ ଦଳରେ ଖେଳିବା ପାଇଁ ସୁଯୋଗ ମିଳିଥାଏ ।

୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ଲିଗ୍ ରେ ପ୍ରଥମେ ସବୁ ଦଳ ପାଇଁ ଖେଳାଳୀ ନୂଆ ଥିଲେ । କିନ୍ତୁ ସେହି ଖେଳାଳୀମାନଙ୍କ ମଧ୍ୟରେ ଏଭଳି ଜଣେ ଖେଳାଳୀ ଥିଲେ ଯାହାଙ୍କୁ ନିଜ ଟିମ୍ ରେ ଆଣିବା ପାଇଁ ୮ ଟି ଦଳର ମାଲିକଙ୍କ ମଧ୍ୟରେ ଛକାପଞ୍ଝା ଲାଗିଥିଲା । ସେହି ଖେଳାଳୀ ଆଉ କିଏ ନୁହଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଥିଲେ । ଆଇପିଏଲ୍ ଲିଗ୍ ର ସେ ପ୍ରଥମ ଖେଳାଳୀ ଯାହାଙ୍କ ପାଇଁ ୮ ଟି ଟିମ୍ ଭିତରେ ଟସ୍ ହୋଇଥିଲା । କିନ୍ତୁ ପରମୁହୂର୍ତ୍ତରେ ଧୋନିଙ୍କୁ ୬ କୋଟି ଟଙ୍କା ବ୍ୟୟରେ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍ କିଣିଥିଲା । ଏହାପରେ କେଳା ଯାଇଥିବା ୮ ଟି ସିଜନ୍ ରେ ଧୋନି ନିଜ ଟିମକୁ ୫ ଥର ଫାଇନାଲ୍ ରେ ପହଞ୍ଚାଇବାରେ ସଫଳ ହୋଇଥିଲେ ।

ଯେଉଁଥିରେ ୨ ଥର ଚାମ୍ଫିୟନ୍ ହେବା ସହ ୩ ଥର ଉପବିଜେତାର ହୋଇ ସନ୍ତୋଷ ହୋଇଥିଲେ । ଏଥିପାଇଁ ଧୋନିଙ୍କୁ ପ୍ରଶଂସକମାନେ ‘ପାରସର ପଥର’ ନାଁ ବି ଦେଇଥିଲେ । ପ୍ରଶଂସକଙ୍କ କହିବା ଅନୁସାରେ ସେ ଯେଉଁ ଦ୍ରବ୍ୟକୁ ଛୁଅଁନ୍ତି ତାହା ସୁନା ହୋଇଯାଏ ଠିକ୍ ସେହିପରି ଧୋନି ମଧ୍ୟ କ୍ରିକେଟ୍ ମଇଦାନକୁ ଆସିବା ପରେ ହାର ମାନିବା ଭୁଲି ଯାଆନ୍ତି । ଧୋନିଙ୍କ ଏଭଳି ପ୍ରଶଂସା ନେଇ ଥରେ କୋଲକାତା ନାଇଟ୍ ରାଇଡର୍ସର ମାଲିକ ତଥା ବଲିଉଡର କିଙ୍ଗ୍ ଖାନ୍ ଶାହରୁଖ୍ ଖାନ୍ କହିଥିଲେ , ଯଦି ଧୋନି ଆକ୍ସନକୁ ଆସନ୍ତି ତେବେ ତାଙ୍କୁ କିଣିବା ପାଇଁ ମୁଁ ମୋ ପେଟକୁ ମଧ୍ୟ ବିକ୍ରି କରିଦେବି ।