କନକ ବ୍ୟୁରୋ : ଆଇପିଏଲ-୧୦ରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି ଗୁଜୁରାଟ ଲାୟନସ । ଶୁକ୍ରବାର ଗୁଜୁରାଟ ଲାୟନ୍ସର ଅଧିନାୟକ ଶୁରେଶ ରାଇନାଙ୍କ ୪୬ ବଲରେ ୮୪ ରନର ଦମଦାର ସ୍କୋର ଫଳରେ ଗୁଜୁରାଟ ବିଜୟୀ ହୋଇଥିଲା।
ପ୍ରଥମେ କୋଲକାତା ବ୍ୟାଟିଂ କରି ୧୮୭ ରନ ଯାଏଁ ପହଂଚିପାରିଥିଲା । ଆଉ ଏହାକୁ ଟାର୍ଗେଟ କରି ଗୁଜୁରାଟ ତାହାର ବ୍ୟାଟିଂ ଆରମ୍ଭ କରିଥିଲା । ଗୁଜୁରାଟର ଅଧିନାୟକ ସୁରେଶ ରାଇନା ବିସ୍ଫୋରକ ବ୍ୟାଟିଂ କରିଥିଲେ । ଫଳରେ ଲାୟନସ ବିଜୟୀ ହୋଇଥିଲା । ଆଜି ଅପରାହ୍ନ ୪ଟାରେ ପୁନେ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ସେହିପରି ରାତି ୮ଟାରେ ମୁମ୍ବାଇ ଇଣ୍ଡିଆନସ ଓ ଦିଲ୍ଲୀ ଡେୟାରଡେଭିଲସ ମଧ୍ୟରେ ମୁକାବିଲା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-22-08h22m18s187.png)