ମୋଦି ଯୁଆଡେ, ମହିଳା ସିଆଡେ ! ଜାଣନ୍ତି କି ପ୍ରଧାନମନ୍ତ୍ରୀଙ୍କ ସହ ଥିବା ରହସ୍ୟମୟୀ ମହିଳା ଜଣକ କିଏ ?

86

ସୋସିଆଲ ମିଡିଆ ଜଗତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲୋକପ୍ରିୟ ବ୍ୟକ୍ତିତ୍ୱ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକ ମାନେ ମଧ୍ୟ ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା କରୁଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ହୁଅନ୍ତୁ ଅବା ପେପ୍ସିକୋର ସିଇଓ ଇନ୍ଦିରା ନୁଇ ଏଭଳି ଯେଉଁ ବ୍ୟକ୍ତିଙ୍କ ସହ ମୋଦି ଭେଟିଥାନ୍ତି ସେମାନଙ୍କ ସହ ଏହି ରହସ୍ୟମୟୀ ମହିଳାଙ୍କୁ ଦେଖିବାକୁ ମିଳିଥାଏ । ଏପରିକି ବିମାନରେ ମଧ୍ୟ ଏହି ମହିଳା ଜଣଙ୍କୁ ମୋଦିଙ୍କ ସହ ଦେଖିବାକୁ ମିଳିଛି । ତେବେ ଏହି ମହିଳା ଜଣକ କିଏ ତାହା ଜାଣିବା ପାଇଁ ସାଧାରଣରେ କୌତୁହଳ ପ୍ରକାଶ ପାଇଛି । ମୋଦିଙ୍କ ସହ ଏହି ରହସ୍ୟମୟୀ ମହିଳାଙ୍କ ବିଷୟରେ ଆସନ୍ତୁ ଜାଣିବା ।

Gurdeep-Kaur-Chawlaଗୁରଦୀପ କୌର ଚାୱଲା । ଏ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ନୁହଁନ୍ତି । କିନ୍ତୁ ମୋଦିଙ୍କ ବିଦେଶ ଭ୍ରମଣ ସମୟରେ ଅଧିକାଂଶ ସମୟ ତାଙ୍କୁ ଦେଖିବାକୁ ମିଳେ । ପେଶାରେ ଗୁରଦୀପ ଜଣେ ଅନୁବାଦିକା । ମୋଦି ଯେତେବେଳେ ହିନ୍ଦୀରେ ଭାଷଣ ଦିଅନ୍ତି ତାହାକୁ ଇଂରାଜୀରେ ଅନୁବାଦ କରିଥାନ୍ତି ଗୁରଦୀପ । ଯାହାଫଳରେ ମୋଦି ଯେଉଁ କଥା ହିନ୍ଦୀରେ କହିଥାନ୍ତି ତାକୁ ବେଶ ସହଜରେ ବିଦେଶୀ ଅତିଥି କିମ୍ବା ପ୍ରଧାନମନ୍ତ୍ରୀ ବୁଝି ପାରିଥାନ୍ତି ।

ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ଶିକ୍ଷା ସମାପ୍ତ କରିଥିବା ଗୁରଦୀପ ୧୯୯୦ ମସିହାରେ ଅନୁବାଦିକା ଭାବେ ଲୋକସଭାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହିଠାରେ ସେ ଦୀର୍ଘ ୬ ବର୍ଷ ଧରି ଅନୁବାଦିକା ଭାବେ କାଯ୍ୟ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମା ରାଓଙ୍କ ଠାରୁ ଆରମ୍ଭ କରି ଅଟଳ ବିହାରୀ ବାଜପେୟୀଙ୍କ ପାଇଁ ଅନୁବାଦିକା ଭାବେ କର୍ଯ୍ୟ କରିଛନ୍ତି ଗୁରଦୀପ । ତେବେ ୧୯୯୬ ମସିହାରେ ବିବାହ କରିବା ପରେ ଆମେରିକା ଚାଲି ଯାଇଥିଲେ ଗୁରଦୀପ । ସେଠାରେ ସେ ନିଜର ଏକ କମ୍ପାନି ଆରମ୍ଭ କରିଥିଲେ । ଯେଉଁଠି ଛାତ୍ରଛାତ୍ରୀଙ୍କୁ ଅନୁବାଦ ଉପରେ ଶିକ୍ଷା ଦିଆ ଯାଉଥିଲା ।

Barack Obama, Narendra Modiଆମେରିକାରେ ଥିବା ବେଳେ ତାଙ୍କ ଜୀବନରେ ଆସିଥିଲା ଟର୍ଣ୍ଣିଂ ପଏଣ୍ଟ । ୨୦୧୦ରେ ଆମରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତ ଗସ୍ତ ବେଳେ ଗୁରଦୀପଙ୍କୁ ଖୋଜା ପଡିଲା । ଓବାମାଙ୍କ ପ୍ରଥମ ଭାରତ ଗସ୍ତ ସମୟରେ ଗୁରଦୀପ ଅନୁବାଦିକା ଭାବେ ଓବାମାଙ୍କ ସହ ଭାରତ ଆସିଥିଲେ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ଗୁରଦୀପ । ବଡ ବଡ ରାଜନେତାଙ୍କ ଅନୁବାଦିକା ଭାବେ ସେ ବେଶ ସୂଚାରୁ ରୂପେ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । କେବଳ ଆମେରିକା ରାଷ୍ଟ୍ରପତି ନୁହେଁ କାନାଡାର ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାର୍ପରଙ୍କ ପାଇଁ ମଧ୍ୟ ଅନୁବାଦିକା ଭାବେ କାର୍ଯ୍ୟ କରି ଆସିଛନ୍ତି ଗୁରଦୀପ । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଅନେକ ସମୟରେ ପ୍ରଂଶସା କରିଛନ୍ତି । ଲଗାତାର ୨୩ ବର୍ଷ ଧରି ଅନୁବାଦିକା ଭାବେ କାଯ୍ୟ କରି ଆସୁଛନ୍ତି ଗୁରଦୀପ ।