ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ! ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର

99

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବର୍ଷର ସବୁଠାରୁ ଲମ୍ବା ଦିନ । ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବସ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଥିଲେ ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଅମୂଲ୍ୟ ଉପହାର । ଏହା ପାଂଚ ହଜାର ବର୍ଷର ପରମ୍ପରା ।

ଯୋଗ ଦ୍ୱାରା ମନ ଓ ଶରୀର, ବିଚାର ଓ କର୍ମ ମଧ୍ୟରେ ଏକତାର ଭାବନା ସୃଷ୍ଟି ହୋଇଥାଏ । ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବାରେ ସାହାର୍ଯ୍ୟ କରିଥାଏ । ତେବେ ଏହା ମଣିଷର ସାମଗ୍ରୀକ ବିକାଶ ଲାଗି ଉଦ୍ଦିଷ୍ଟ । ଜୀବନଶୈଳୀକୁ ପରିବର୍ତ୍ତନ ସହିତ ଆତ୍ମଚେତନାର ଜାଗ୍ରତ ଏହାର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ସେଠାରେ ଉପସ୍ଥିତ ସଦସ୍ୟମାନଙ୍କୁ ପ୍ରଭାବିତ କରିଥିଲା ଏବଂ ଜୁନ ୨୧କୁ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ୧୪ ଅକ୍ଟୋବର ୨୦୧୪ରେ ନିଷ୍ପତି ନିଆଯାଇଥିଲା । ତେବେ ଉପସ୍ଥିତ ରାଷ୍ଟ୍ରର ସବୁ ସଦସ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ ଆଉ ଏହାର ପରବର୍ଷ ତଥା ୨୦୧୫ରେ ପାଳିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ।

ସେପଟେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୁମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି । ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯୋଗମୁଦ୍ରାରେ ଥିବା ବାଲୁକାକଳା ପ୍ରଦର୍ଶନ କରିଛନ୍ତି ଏହାସହ ‘ୟୋଗା ଫର ହାର୍ମୋନି ଆଣ୍ଡ୍ ପିସ୍’ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯୋଗ ଦ୍ୱାରା ମଣିଷର ମନକୁ ଶାନ୍ତି ମିଳେ । ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ ଉପହାର । ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ ।