ଗ୍ୟାସ ସିଲିଣ୍ଡରର କରାନ୍ତୁ ମାଗଣା ବୀମା, ଦୁର୍ଘଟଣାରେ ମିଳିବ ଏକ ଲକ୍ଷରୁ ଅଧିକ ସହାୟତା ରାଶି

48

ଦେଶରେ କୋଟି କୋଟି ଲୋକ ସିଲିଣ୍ଡର ଗ୍ୟାସ ବ୍ୟବହାର କରନ୍ତି । କିନ୍ତୁ ସେଥିରୁ କେତେକ ହାତଗଣତି ଗ୍ରାହକ ସିଲିଣ୍ଡର ଗ୍ୟାସର ବୀମା କରିଥିବେ । ସାଧାରଣତଃ ଲୋକେ ଗାଡି ବୀମା, ମୋବାଇଲ ବୀମା, ଦୋକାନ ବୀମା, ଏବଂ ଜୀବନ ବୀମା କରିଥାନ୍ତି । କିନ୍ତୁ ଘରେ ନିତିଦିନ ବ୍ୟବହାର ହେଉଥିବା ସିଲିଣ୍ଡର ଗ୍ୟାସ ବୀମା ସମ୍ପର୍କ ବୋଧହୁଏ କେତେକ ଲୋକ ଜାଣିଥିବେ । ପୂର୍ବରୁ ହିଁ ସିଲିଣ୍ଡର ଉପରେ ବୀମାର ବ୍ୟବସ୍ଥା କରାଯାଇଛି କିନ୍ତୁ ଲୋକମାନଙ୍କ ପାଖରେ ସଠିକ ତଥ୍ୟ ନଥିବାରୁ ଲୋକେ ଏ ସମ୍ପର୍କରେ ଏବେବି ଅଜ୍ଞ ଅଛନ୍ତି ।

ଗ୍ୟାସ ସିଲିଣ୍ଡରରେ ମିଳୁଥିବା ବୀମା ଗୋଟେଥର ରେଜିଷ୍ଟ୍ରେସନ କରିବା ଦ୍ୱାରା ୪୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିଥାଏ । ଏହି ବୀମା ପରିବାରର ସମସ୍ତ ବ୍ୟକ୍ତିଙ୍କ ଉପରେ ହୋଇଥାଏ । ବୀମା କରିବା ପରେ ଯଦି ଦୁର୍ଘଟଣାରେ କୌଣସି ବ୍ୟକ୍ତିର ପ୍ରାଣହାନି ହୁଏ ତେବେ ଏହି ବୀମା ଅନୁଯାୟୀ ପରିବାର ଲୋକଙ୍କୁ କ୍ଷତିପୁରଣ ଦିଆଯିବ । କ୍ଷତିପୂରଣ ପାଇବା ପାଇଁ ପରିବାର ଲୋକଙ୍କୁ ପ୍ରଥମେ ପୋଲିସ ଷ୍ଟେସନରେ ଦୁର୍ଘଟଣା ସମ୍ପର୍କରେ ସୁଚନା ଦେବା ସହ ଦୁର୍ଘଟଣାର ପାଞ୍ଚଦିନ ମଧ୍ୟରେ ଡିଷ୍ଟିବ୍ୟୁଟରକୁ ମଧ୍ୟ ସୁଚନା ଦେବାକୁ ପଡିବ । ପରେ ପୋଲିସ ଘଟଣାର ଯାଞ୍ଚ କରି ସମସ୍ତ ପ୍ରମାଣ ବୀମା କମ୍ପାନୀକୁ ପଠାଇଦେବ । ଇନ୍ସୁରାନ୍ସ କମ୍ପାନୀ ବ୍ୟକ୍ତିଙ୍କ ବୟସ, ସାଲାରି ଏବଂ ଅନ୍ୟ ପରିସ୍ଥିତି ଗୁଡିକୁ ଆଧାର କରି କ୍ଷତିପୁରଣ ପ୍ରଦାନ କରିବେ ।

ବୀମାର କିଛି ସର୍ତ୍ତ
ବୀମାର ସର୍ତ୍ତ ଅନୁଯାୟୀ, ଆପଣ ଘରେ ବ୍ୟବହାର କରୁଥିବା ଗ୍ୟାସ ବୈଧ ହୋଇଥିବା ଆବଶ୍ୟକ । ଏଥି ସହିତ ବ୍ୟବହାର କରୁଥିବା ଗ୍ୟାସ ଚୁଲା ଆଇଏସଆଇ ମାର୍କା ହୋଇଥିବା ଜରୁରୀ । କେବଳ ସେତିକି ନୁହେଁ ଗ୍ୟାସ ବ୍ୟବହାର କରୁଥିବା ସ୍ଥାନରେ ଖୋଲା ଇଲେକ୍ଟ୍ରିକ ତାର ନଥିବା ଦରକାର ଏବଂ ବ୍ୟବହାର କରୁଥିବା ଚୁଲା ସିଲିଣ୍ଡର ଠାରୁ ଉଚ୍ଚାରେ ଥିବା ନିତ୍ୟନ୍ତ ଆବଶ୍ୟକ ଅଟେ ।