/kanak/media/post_attachments/wp-content/uploads/2019/08/page_59_33060.jpg)
ସୂଚନା ମୁତାବକ, ବହୁ ବର୍ଷ ହେଲା ତିନି ଠାକୁରଙ୍କୁ ଆଉ ସୁନା ଥାଳିରେ ଭୋଗ ଲାଗି ହେଉନାହିଁ। ସୁନା ଥାଳି କେବଳ ଏକ ଶୁଣା କଥା ହୋଇ ରହିଯାଇଛି। ୪ କୋଟି ଓଡ଼ିଆଙ୍କ ଇଷ୍ଟ ଦେବତା ମହାପ୍ରଭୁଙ୍କ ପ୍ରତି ଏହା ଘୋର ଅବିଚାର। ସବୁଠୁ ବଡ଼ କଥା ହେଲା, ସୁନା ଥାଳି ବର୍ତ୍ତମାନ ବଡ଼ଦେଉଳରେ ଅଛି ନା ନାହିଁ, ତାହା ବି ସନ୍ଦେହ ଘେରରେ। ଗଜପତିଙ୍କ କର୍ତୃତ୍ବରେ ଶ୍ରୀମନ୍ଦିର ପରିଚାଳିତ ହେଉଥିବା ସମୟରେ ମହାପ୍ରଭୁଙ୍କୁ ତିନି ସୁନା ଥାଳିରେ ଭୋଗ ଲାଗି ହେଉଥିଲା। ଏକଦା ପଥର ପଡି ଗୋଟିଏ ସୁନା ଥାଳି ଭାଙ୍ଗିଯାଇଥିଲା। ଥାଳି ଭାଙ୍ଗିଯିବା ପରେ ମହାପ୍ରଭୁଙ୍କ ପାଇଁ ଆଉ ସୁନା ଥାଳି କିଣା ଯାଇନଥିଲା, ବରଂ ଗୋଟିଏ ଥାଳି ଭଙ୍ଗାଯାଇ ଏକ ଚକ୍ର ନିର୍ମାଣ କରାଯାଇଥିଲା।
/kanak/media/post_attachments/wp-content/uploads/2019/09/Jai-Jagannath-Puri-Snan-Yatra-9.jpg)
/kanak/media/post_attachments/wp-content/uploads/2019/07/ratha-jatra.jpg)
ଏହାକୁ ନେଇ ଭିନ୍ନ କଥା ଶୁଣିବାକୁ ମିଳିଥିବା ବେଳେ ଦାନ ଦେଇଥିବା ସେବକଙ୍କଠାରୁ ଦାବି କରାଯାଇଥିଲା ପ୍ରାପ୍ୟ। ସେବକ ବି କିଛି ଦିନ ପ୍ରାପ୍ୟ ଦେଇଥିଲେ, ତେବେ ପ୍ରାପ୍ୟ ଦେବା ବନ୍ଦ ହେବା ପରେ ଥାଳି ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଦାନ ରୁପା ଥାଳି ବର୍ତ୍ତମାନ ଭଣ୍ଡାର ଘରେ ସାଇତା ହୋଇଥିବା ବେଳେ ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଛନ୍ତି। ଏବେ ବି ଦୁଇଟି ସୁନା ଥାଳି ଓ ତିନିଟି ରୁପାଥାଳି ରହିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ କଥା ଭୁଲି ଯାଇଛି। ମହାରାଜାଙ୍କ ରାଜତ୍ବ ସମୟରେ ମହାପ୍ରଭୁ ସୁନା ଥାଳିରେ ଖାଉଥିଲେ। ପୁରୀର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିଲା ବେଳେ ମହାପ୍ରଭୁ ପିତ୍ତଳ ଥାଳିରେ ଭୋଗ ଖାଇବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି।