ଅଧୂରା ରହିଗଲା ବିନୋଦଙ୍କ ଶେଷ ଇଛା !

50

ଗତ ଗୁରୁବାର ମୁମ୍ୱାଇର ଏକ ହସ୍‌ପିଟାଲରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ବର୍ଷିୟାନ୍ ଅଭିନେତା ବିନୋଦ ଖନ୍ନା । ହେଲେ ତାଙ୍କର ଶେଷ ଇଛା ଇଛାରେ ହିଁ ରହିଗଲା । ବିନୋଦ ତାଙ୍କ ଜନ୍ମମାଟି ପାକିସ୍ତାନର ପେଶାୱର ସ୍ଥିତ ତାଙ୍କ ପୈତୃକ ଘର ଯିବାକୁ ଚାହୁଁଥିଲେ । କିନ୍ତୁ ସବୁବେଳେ କୌଣସି ନା କୌଣସି କାରଣରୁ ଯାଇପାରୁନଥିଲେ । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ସେତେବେଳେ ସେ ପେଶାୱର ଯିବାର ଇଛା ଜାହିର କରିଥିଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ତାଙ୍କର ଏହି ଶେଷ ଇଚ୍ଛା ପୂରଣ ହୋଇ ପାରି ନ ଥିଲା।

ସୂଚାନ ଅନୁସାରେ, ବିନୋଦଙ୍କ ଏହି ଇଛାର ଖୁଲାସା ପଖତୁନଖ୍ୱା ପ୍ରଦେଶର ସାଂସ୍କୃତିକ ଧରୋହର ପରିଷଦର ମହାସଚିବ ସକିଲ୍ ବହିଦୁଲ୍ଲା କରିଥିଲେ । ୨୦୧୪ରେ ଭାରତ ଆସିଥିବା ବେଳେ ସକିଲ୍ ବିନୋଦ ଖାନ୍ନାଙ୍କୁ ଭେଟିଥିଲେ । ଆଉ ଏହି ସମୟରେ ବିନୋଦ ତାଙ୍କୁ ଦେଇଥିବା ଅଟୋଗ୍ରାଫରେ ପେଶୱାର ଲୋକଙ୍କୁ ଶୁଭକାମନା ଜଣାଇଥିଲେ ଓ ତାଙ୍କ ପୈତୃକ ଘରକୁ ଯିବାକୁ ଇଚ୍ଛା ପ୍ରକାଶ କରିଥିଲେ।