ଇନ୍ଦୋର-ପାଟନା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ : ମୃତ୍ୟୁସଂଖ୍ୟା ୧୩୦କୁ ବୃଦ୍ଧି

40

କନକ ବ୍ୟୁରୋ : ପାଟନା-ଇନ୍ଦୋର ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଦୁର୍ଘଟଣାରେ ୧୩୦କୁ ବଢିଲା ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ୬୦ ଜଣ ଗୁରୁତର ଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ କାନପୁର ମେଡିକାଲରେ ଭର୍ତି କରାଯାଇଛି । ଇନ୍ଦୋରରୁ ପାଟନା ଯାଉଥିବା ପାଟନା-ଇନ୍ଦୋର ଏକ୍ସପ୍ରେସର ଲାଇନଚ୍ୟୁତ ହୋଇଥିଲା । କାନପୁର ପୁଖରାୟନ ନିକଟରେ ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏବେ କିଛି ଯାତ୍ରୀଙ୍କ ମୃତ ଦେହ ବଗି ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ମୂଳକ ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସାଢେ ୩ ଲକ୍ଷ, ଗୁରୁତରଙ୍କୁ ୫୦ ଓ ଆହତଙ୍କୁ ୨୫ ହଜାର ଟଙ୍କା ଘୋଷଣା କରାଯାଇଛି ।

ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଆହତଙ୍କ ପରିବାରୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ସେହିପରି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରାଯାଇଛି ।