ମୁହଁରେ କ୍ୟାନସର ହୋଇଛି କି ନାହିଁ ଏବେ ଜାଣିହେବ ମାତ୍ର ୧୫ ମିନିଟରେ

୧୫ ମିନିଟରେ ଜାଣିହେବ କ୍ୟାନସର ରୋଗରେ ଆପଣ ପୀଡିତ କି ନାହିଁ

705

କନକ ବ୍ୟୁରୋ : ରାଜା ରମଣ ଅତ୍ୟାଧୁନିକ ଟେକ୍ନୋଲୋଜିରେ କ୍ୟାନସର ରୋଗ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁହଁରେ ହୋଇଥିବା କ୍ୟାନସର ରୋଗ ଅତିଶୀଘ୍ର ଜାଣିହେବ ବୋଲି ସୂଚନା ମିଳିଛି । ମେଡିକାଲ କର୍ତୃପକ୍ଷ ଏହି ରୋଗ ସମ୍ପର୍କରେ ଜାଣିବା ପାଇଁ ଅତ୍ୟାଧୁନିକ ଡାଇଗ୍ନୋସିସ ଉପକରଣ ମଧ୍ୟ କିଣିଛନ୍ତି । ଏହି ଉପକରଣ ସାହାଯ୍ୟରେ ମାତ୍ର ୧୫ ମିନିଟରେ ରୋଗ ସମ୍ପର୍କରେ ଜାଣିହେବ । କେଟର ନିର୍ଦ୍ଦେଶକ ପିଏ ନାୟକ କହିଛନ୍ତି ଯେ, ଆମେ ଏହି ରୋଗ ସମ୍ପର୍କରେ ଜାଣିବା ପାଇଁ ଅନେକ ସମୟ ତାହା ଉପରେ ଗବେଷଣା କରିଛୁ । ଗବେଷଣା ପରେ ଆମେ ସଫଳତା ପାଇଛୁ ବୋଲି ସେ କହିଛନ୍ତି ।

ଏହି ଉପକରଣ ଅପଟିକାଲ ସିଗନାଲ ମାଧ୍ୟମରେ ମୁହଁରେ ହୋଇଥିବା ରୋଗ ସମ୍ପର୍କରେ ଜଣାଇବ । ଏହା ଜଣାପଡିବା ପରେ ସେହି ମେସିନ ସାହାଯ୍ୟରେ ସହରର ପ୍ରାୟ ୩୦୦ ଲୋକଙ୍କର ପରୀକ୍ଷା କରାଯାଇଛି । ଏହାସହ ୩୦ ଜଣ ରୋଗରେ ପୀଡିତ ଥିବା ମଧ୍ୟ ଜଣାପଡିଛି । ରାଜ୍ୟ କର୍ମଚାରୀ ବୀମା ନିଗମରେ ମଧ୍ୟ ସେହି ଉପକରଣର ପରୀକ୍ଷା କରାଯାଇଥିବା ଜଣାପଡିଛି ।

ଏହି ମେସିନର ନିର୍ମାଣ ସମୟରେ ଏମ୍ସର ମଧ୍ୟ ସହାୟତା ନିଆଯାଇଛି । ତେବେ ଏହି ମେସିନ ଆସିବା ଦ୍ୱାରା ଲୋକମାନେ ଅନେକ ପ୍ରକାର ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ମେସିନର ରଙ୍ଗ ଲାଲ ରହିଛି । ଏହାସହ ଏହା କମ୍ପ୍ୟୁଟର ସହାୟତାରେ ଏହା ଚାଲିପାରିବ ବୋଲି ମଧ୍ୟ ସୂଚନା ରହିଛି । ଯଦି କୌଣସି ବ୍ୟକ୍ତି ଏହାକୁ କିଣିବା ପାଇଁ ଇଚ୍ଛା କଲେ ତାହା ବଜାରରେ ମଧ୍ୟ ମିଳୁଛି । ତେଣୁ ଲୋକମାନେ ନିଜ ଇଚ୍ଛା ଅନୁସାରେ ଏହା କିଣିପାରିବେ ଏବଂ ଏହାର ବଜାର ମୂଲ୍ୟ ଅଢେଇ ଲକ୍ଷରୁ ୩ ଲକ୍ଷ ରହିଛି ।