କେବଳ ନିଶା ପାଇଁ ଆବର୍ଜନାକୁ ପିଉଛି ମଣିଷ : ଅଳିଆ ଗଦାରେ ପଡିଥିବା ପ୍ୟାଡ୍ ରୁ ତିଆରି କରୁଛି ମଦ 

ନିଶା ପାଇଁ ସାନିଟାରୀ ପ୍ୟାଡର ବ୍ୟବହାର ମାରାତ୍ମକ : ଡାକ୍ତର

3,411

ନିଶା ପାଇଁ ଡ୍ରଗ୍ସ, ମଦ, ଗଂଜେଇ ଇତ୍ୟାଦି ସେବନ କରିବା ବିଷୟରେ ଆପଣ ଶୁଣିଥିବେ, କିନ୍ତୁ କିଛି ଲୋକ ନିଶା ପାଇଁ ସାନିଟାରୀ ପ୍ୟାଡ୍ ର ବ୍ୟବହାର କରୁଛନ୍ତି । ପ୍ରଥମେ ଏହାକୁ ପାଣିରେ ଫୁଟାନ୍ତି ଓ ତା’ପରେ ସେହି ପାଣି ପିଅନ୍ତି । ଇଣ୍ଡୋନେସିଆରେ ଯୁବଗୋଷ୍ଠୀ ଟଙ୍କା ଅଭାବରୁ ମଦ କିମ୍ବା ସିଗାରେଟ୍ ଭଳି ନିଶା ସେବନ କରିପାରୁନାହାଁନ୍ତି । ସେମାନେ ଅଳିଆ ଗଦାରୁ ସାନିଟାରୀ ପ୍ୟାଡ ନେଇ ତାକୁ ଫୁଟାଇ ନିଶା କରୁଛନ୍ତି । କାହିଁକିନା ଏହା ନିଶାର ସବୁଠାରୁ ଶସ୍ତା ମାଧ୍ୟମ । ସେଥିପାଇଁ ଯୁବଗୋଷ୍ଠୀ ଦ୍ରୁତ ଗତିରେ ଏହି ନିଶା ଆଡକୁ ଆକର୍ଷିତ ହେଉଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ନିଶା ପାଇଁ ସାନିଟାରୀ ପ୍ୟାଡର ବ୍ୟବହାର ମାରାତ୍ମକ ହୋଇପାରେ । ଏହି ବିଷୟରେ ସେଠାକାର ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ପ୍ରକୃତରେ ସାନିଟାରୀ ପ୍ୟାଡରେ ସୋଡିୟମ ପଲିକ୍ରାଇଲେଟ୍ ଥାଏ , ଯାହା ମାସିକ ଧର୍ମ ସମୟରେ ଶରୀରର ଦୂଷିତ ରକ୍ତକୁ ଶୁଖେଇବାରେ ସାହାଯ୍ୟ କରେ । ଏହାକୁ ଗିଳିବା ବହୁତ ଘାତକ ହୋଇପାରେ । କିନ୍ତୁ ତଥାପି ବି ଲୋକ ଏହାକୁ ନିଶା ଭାବେ ବ୍ୟବହାର କରୁଛନ୍ତି ।