ଭୂମିକମ୍ପ ସମୟରେ ଇଣ୍ଡୋନେସିଆର ଜଣେ ମୈାଲବୀ ଲଗାତାର ଭାବେ ନମାଜ ପଢ଼ିଚାଲିଥିବାର ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଇଣ୍ଡୋନେସିଆରେ ହୋଇଥିବା ଭୂମିକମ୍ପରେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଲମ୍ବୋକରେ ହୋଇଥିବା ଭୟଙ୍କର ଭୂମିକମ୍ପ ଏବେ ସୋଶିଆଲ ମିଡିଆରେ ଘୂରି ବୁଲୁଛି, ଯେଉଁଠି ୬.୫ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି ।
ଭୂମିକମ୍ପ ସମୟର ଏକ ଭିଡିଓ ଏବେ ସୋଶିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ମସଜିଦର ମୌଲବୀଙ୍କୁ ନମାଜ ପଢ଼ୁଥିବାର ଦେଖା ଯାଇଛି । ଭୂମିକମ୍ପ ସମୟରେ ମସଜିଦ୍ ଖୁବ୍ ଜୋରରେ ହଲିବାକୁ ଲାଗିଥିଲେ ମଧ୍ୟ ମସଜିଦର ମୌଲବୀ କୁଆଡ଼େ ନ ଯାଇ ପୂର୍ବ ପରି ଠିଆ ହୋଇ ନମାଜ ପଢ଼ୁଥିବାର ଦେଖା ଯାଇଛି । ଏକ କାନ୍ଥକୁ ସାହାର କରି ସେ ପୂରା ନମାଜ ଶେଷ କରିଥିଲେ । ତାଙ୍କ ପଛରେ ବସିଥିବା ଲୋକମାନେ ଦୌଡ଼ି ବାହାରକୁ ଚାଲି ଯାଇଥିବା ବେଳେ କିଛି ମୌଲବୀ ପଛ ପଟେ ଆସି ଠିଆ ହୋଇଥିଲେ। କିନ୍ତୁ ମୌଲବୀ କୁଆଡ଼େ ନ ଯାଇ ନାମଜ ପଢ଼ି ଚାଲିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/imam_630_630.jpg)
/kanak/media/post_attachments/wp-content/uploads/2018/08/indonesia_imam_mosque_prayers_people_world_earthquake_help_god_1533556075-300x158.jpg)