ଏବେ ଲୋକ ମାନେ ଗାଁ ଅପେକ୍ଷା ସହରରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଗୁଜରାଟରେ ଏମିତି ଏକ ଗାଁ ଅଛି ଯାହା ଯେଉଁଠିକୁ ଗଲେ ଆପଣ ସହରରେ ରହିବା କଥା ମଧ୍ୟ ଭୁଲିଯିବେ । କାରଣ ଏହି ଗାଁରେ ଯେଉଁ ସୁବିଧା ସୁଯୋଗ ରହିଛି ତାହା କୌଣସି ସହର ଠାରୁ ମଧ୍ୟ କମ ନୁହେଁ । ସେହିଭଳି ଏକ ଗାଁ ହେଉଛି ଗୁଜରାଟର ଆନନ୍ଦ ଜିଲ୍ଲାର ଧର୍ମଜ ଗାଁ । ଯାହାକୁ ଭାରତର ସବୁଠୁ ଧନୀ ଗାଁ ବୋଲି କୁହାଯାଏ । କାରଣ ସହର ଭଳି ପକ୍କା ରାସ୍ତା, ପାର୍କ ଓ ଅନ୍ୟାନ୍ୟ ସୁବିଧା ରହିଛି । ସରକାରୀ ଓ ବେସରକାରୀ ବ୍ୟାଙ୍କ ଠାରୁ ଆରମ୍ଭ କରି ବଡ ବଡ ରେଷ୍ଟୁରାଣ୍ଟ ମଧ୍ୟ ଏହି ଗାଁରେ ଖୋଲାଯାଇଛି ।

Advertisment

publive-imageଏହି ଗାଁକୁ ଭାରତର ଧନୀ ଗାଁ କହିବା ପଛର କାରଣ ମଧ୍ୟ ରହିଛି । ଏହି ଗାଁକୁ ଏନଆରଇ ଗାଁ ମଧ୍ୟ କହିଥାନ୍ତି । ଏହି ଗାଁର ପ୍ରତ୍ୟେକ ଘରୁ ଜଣେ ନା ଜଣେ ବ୍ୟକ୍ତି ବିଦେଶରେ ବସବାସ କରୁଛନ୍ତି । ଏହି ଗାଁର ଅଧିକାଂଶ ଲୋକ କାନାଡା, ଆମେରିକା, ବ୍ରିଟେନ ଭଳି ବଡ ବଡ ଦେଶରେ ରହିଥାନ୍ତି । ଧର୍ମଜ ଗାଁର ଜନସଂଖ୍ୟା ପାଖାପାଖି ୧୨ ହଜାର । ଆଉ ଗାଁର ଆର୍ଥିକ କାରବାରକୁ ଦୃଷ୍ଟିରେ ରଖି ଏଠାରେ ୧୨ରୁ ଅଧିକ ସରକାରୀ ଓ ବେସରକାରୀ ବ୍ୟାଙ୍କ ଖୋଲାଯାଇଛି । ଏଠାରେ କୋଟି କୋଟି ଟଙ୍କାର କାରବାର ଦେଖିବାକୁ ମିଳିଥାଏ ।

publive-imageକେବଳ ବ୍ୟାଙ୍କ ନୁହେଁ ବରଂ ଆର‌୍ୟୁବୈଦିକ ଡାକ୍ତରଖାନା, ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ରେସିଡେଣ୍ଟାଲ ସ୍କୁଲ ଏହି ଗାଁରେ ଦେଖିବାକୁ ମିଳିଥାଏ । ଏଠାରେ ବଡ ବଡ ସ୍ୱିମିଂ ପୁଲ ସହ ଆଲିସାନ ଘର ମଧ୍ୟ ଦେଖିବାକୁ ମିଳିଥାଏ । ଧର୍ମଜ ଗାଁରେ ଅଧିକାଂଶ ପଟିଦାର ସମାଜର ଲୋକ ରହୁଥିବା ବେଳେ ବ୍ରାହ୍ମଣ, ଦଳିତ, ବଣିଆ ସମାଜର ଲୋକ ମଧ୍ୟ ବସବାସ କରୁଛନ୍ତି । ଯେଉଁମାନେ ବିଦେଶରେ ରହୁଛନ୍ତି ସେମାନେ ମଧ୍ୟ ଗାଁର ବିକାଶ ପାଇଁ ସହାୟତା କରିଥାନ୍ତି । ଖାସକରି ପ୍ରତିବର୍ଷ ଜାନୁଆରୀ ୧୨ ତାରିଖରେ ଏହି ଗାଁର ବାସିନ୍ଦା ମାନେ ଧର୍ମଜ ଡେ ସେଲିବ୍ରେଟ କରିଥାନ୍ତି । ଆଉ ଏହି ସମୟରେ ଦେଶ ବିଦେଶରେ ରହୁଥିବା ଗାଁର ଲୋକମାନେ ଏକାଠି ହୋଇଥାନ୍ତି ।