ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଓ ଷ୍ଟିପେନ ହାକିଙ୍ଗଙ୍କୁ ପଛରେ ପକାଇ ସାରା ବିଶ୍ୱରେ ଚମକ ସୃଷ୍ଟି କରିଛି ଭାରତୀୟ ବାଳକ । ବ୍ରିଟେନରେ ରହୁଥିବା ଭାରତୀୟ ମୂଳ ବାସିନ୍ଦା ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଠାରୁ ବେଶୀ ଜ୍ଞାନୀ ଓ ବୁଦ୍ଧିମାନ ବୋଲି ଜଣାପଡିଛି । ବ୍ରିଟେନରେ ରହୁଥିବା ଦଶବର୍ଷୀୟ ଶିଶୁ ମେନସା ଆଇକ୍ୟୁ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖି ଏଭଳି ବିରଳ ସଫଳତାର ଅଧିକାରୀ ହୋଇପାରିଛନ୍ତି । ଗତ ଦଶନ୍ଧି ଧରି ନିୟମିତ ଚାଲିଥିବା ଏହି ପରୀକ୍ଷାରେ ସଫଳତା ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ବାଳକ ହେଉଛନ୍ତି ସବୁଠାରୁ ଛୋଟ ।
ମାନଚିତ୍ରକୁ ନେଇ ହେଉଥିବା ପରୀକ୍ଷାରେ ମେହେଲୁ ଗର୍ଗ ତା ବଡଭାଇ ତଥା ୧୩ ବର୍ଷୀୟ ଧୃବ ଗର୍ଗ ସହ ପ୍ରତିଯୋଗିତା କରିବାକୁ ସମର୍ଥ ହୋଇଥିଲେ । ଧୃବ ଗତ ବର୍ଷ ସର୍ବାଧିକ ୧୬୨ ପଏଂଟ ରଖିଥିବା ବେଳେ । ମେହୁଲ ମଧ୍ୟ ତାଙ୍କ ଭାଇକୁ ପଛରେ ପକାଇ ଏହି ସଫଳତା ପାଇଁ ନିଜକୁ ସମର୍ଥ ବୋଲି ପ୍ରମାଣିତ କରିଥିଲେ । ମେହୁଲଙ୍କ ସମସ୍ତେ ସ୍ନେହରେ ମାହି ବୋଲି ଡାକନ୍ତି ।
ଛୋଟ ବେଳୁ ମାହି ପ୍ରତିଯୋଗିତାରେ ଭାଗନେବାକୁ ଅନେକ ଭଲ ପାଏ ବୋଲି ତାଙ୍କ ମାଆ ଦିବ୍ୟା କହିଛନ୍ତି । ଗତ ବର୍ଷ ତାଙ୍କ ବଡ ଭାଇ ଯେତେବେଳେ ସବୁଠାରୁ ଅଧିକ ନମ୍ବର ରଖିଥିଲେ ସେ ସେତେବେଳେ ତାଙ୍କ ସହ ଚ୍ୟାଲେଂଜ କରିଥିଲେ ।ଏବଂ ପରୀକ୍ଷାରେ ପ୍ରମାଣିତ କରିଦେଖଆଇଲେ ସେ ବି ବଡଭାଇ ଠାରୁ କୌଣସି ଗୁଣରେ କମ ନୁହେଁ ।
ସେହିପରି ଦକ୍ଷିଣ ଇଂଲଣ୍ଡର ବଏଜ ଗ୍ରାମର ସ୍କୁଲରେ ପଢୁଥିବା ଜଣେ ବାଳକ ୧୬୨ ନମ୍ବର ରଖି ମେନସା ସୋସାଇଟିର ସଦସ୍ୟ ହୋଇଛନ୍ତି ।ମେନସା ସୋସାଇଟି ହେଉଛି ପୃଥିବୀର ସମସ୍ତ ଶିଶୁଙ୍କୁ ନେଇ କରାଯାଉଥିବା ବୁଦ୍ଧିମାନ ପରୀକ୍ଷା ।