ରେଳବାଇରେ ୧ଲକ୍ଷ ୩୦ ହଜାର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜାଣନ୍ତୁ ଆବେଦନର ତାରିଖ

1,114

ସରକାରୀ ଚାକିରୀ ସନ୍ଧାନରେ ଥିବା ବେକାରୀ ଯୁବକଙ୍କ ପାଇଁ ରେଳବାଇ ବିଜ୍ଞପ୍ତି ବହାର କରିଛି । ଭାରତୀୟ ରେଳବାଇ ୧.୩୦ ଲକ୍ଷ ପଦବୀରେ ଭର୍ତ୍ତି  ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଜଡିତ ନୋଟିଫିକେସନ୍ ୨୩ ଫେବୃୟାରୀରୁ ୧ ମାର୍ଚ୍ଚର ରୋଜଗାର ସମାଚାରରେ ପ୍ରକାଶିତ ହେବ । ଏଥିପାଇଁ ରେଳବାଇ ଅଧିକାରୀ ଭାବେ ଅଧିସୂଚନା ମଧ୍ୟ ଜାରି କରିଛନ୍ତି । ୧ ଲକ୍ଷ ୩୦ ହଜାର ପଦବୀ ବ୍ୟତୀତ ଆଇଆରସିଟିସିରେ ୫୦ଟି ପଦବୀର ବିଜ୍ଞପ୍ତି ବାହାରିଛି ।  କେନ୍ଦ୍ର ରେଳମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୮ ତାରିଖରୁ ବିଭିନ୍ନ ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟ ଅନଲାଇନ ଆବେଦନ ଆରମ୍ଭ ହେବ ।

ଯେଉଁ ଯେଉଁ ପଦବୀ ପାଇଁ ନିଯୁକ୍ତି ଗ୍ରହଣ କରାଯିବ ସେଗୁଡ଼ିକ ମଧ୍ୟରେ ରହିଛି ବିଭିନ୍ନ ପ୍ରକାରର ( ଜୁନିଅର ଓ ସିନିୟର) କ୍ଲରିକାଲ ଓ ଟାଇପିଷ୍ଟ ପୋଷ୍ଟ, କମର୍ସିଆଲ ଓ ଟିକେଟ କ୍ଲର୍କ, ଟ୍ରାଫିକ ଆସିଷ୍ଟାଣ୍ଟ, ଗୁଡସ ଗାର୍ଡ, ଷ୍ଟେସନ ମାଷ୍ଟର, କମର୍ସିଆଲ ଆପ୍ରେଣ୍ଟିସ ଇତ୍ୟାଦି । ସେହିପରି ମାର୍ଚ୍ଚ ୪ରୁ ୨ୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପଂଜୀକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ବିଭିନ୍ନ ପାରାମେଡିକାଲ ପଦବୀ ପୂରଣ ନିମନ୍ତେ ଅନଲାଇନ ପଂଜୀକରଣ ଆରମ୍ଭ ହେବ । ମାର୍ଚ୍ଚ ୮ରୁ ୩ୟ ପର୍ଯ୍ୟାୟ ନିଯୁକ୍ତି ପାଇଁ ପଂଜୀକରଣ ଆରମ୍ଭ ହେବ । ଏହି ପର୍ୟ୍ୟାୟରେ ରେଳ ମନ୍ତ୍ରାଳୟରେ ଥିବା ବିଭିନ୍ନ ପଦବୀ, ଷ୍ଟେନୋଗ୍ରାଫର, ଚିଫ ଆସିଷ୍ଟାଣ୍ଟ, ଜୁନିୟର ଟ୍ରାନ୍ସଲେଟର ଆଦି । ଏହି ୩ଟି ପର୍ଯ୍ୟାୟରେ ମୋଟ ୩୦ ହଜାର ପଦବୀ ପୂରଣ ପାଇଁ ଆବେଦନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଆସନ୍ତା ମାର୍ଚ୍ଚ ୧୨ରୁ ପ୍ରାୟ ୧ଲକ୍ଷ  ଲେବଲ-୧ ବା ଗ୍ରୁପ-ଡି ପଦବୀ ପାଇଁ  ନିଯୁକ୍ତି ଅନଲାଇନ ପଂଜୀକରଣ ଆରମ୍ଭ ହେବ ।