କେବଳ ଚାକିରୀ ଆବେଦନ ପତ୍ରରୁ ରେଳବାଇ ବର୍ଷକୁ ଲାଭ କଲା ୯୦୦ କୋଟି । ରେଳବାଇର ଆସିଲା ଅଛେଦିନ୍ ?

46

ସମସ୍ତେ ଭାବିଥାନ୍ତି ରେଳବାଇର ରୋଜଗାରର ମାଧ୍ୟମ ହେଉଛନ୍ତି ଯାତ୍ରୀ ଏବଂ ମାଲ୍ ଭଡା । କିନ୍ତୁ ରେଳବାଇର ରୋଜଗାର ନେଇ ଏଭଳି ଏକ ତଥ୍ୟ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରେଳବାଇରେ ନିଯୁକ୍ତି ପାଇଁ ଆଶାୟୀ ପ୍ରାର୍ଥୀ ମାନେ ଯେଉଁ ଆବେଦନ ଶୁଳ୍କ ଦେଇଥାନ୍ତି, ତାହା ଅନ୍ୟ ରୋଜଗାରର ମାଧ୍ୟମ ଠାରୁ କିଛି କମ୍ ନୁହେଁ । ତେବେ ଯଦି ୨୦୧୭-୧୮ ବର୍ଷ ଉପରେ ନଜର ପକାଇବା, ତେବେ ଏହି ୧ ବର୍ଷରେ ରେଳବାଇ ବେରୋଜଗାରୀଙ୍କ ଠାରୁ ଫର୍ମ ଭରାଇ ୮ ଅରବ ୮୬ କୋଟି ୮୫ ଲକ୍ଷ ୪୯ ହଜାର ଟଙ୍କା ରୋଜଗାର କରିଛି ।

ଆରଟିଆଇ ପକ୍ଷରୁ ମଗାଯାଇଥିବା ସୂଚନାରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆରଟିଆଇର ସୂଚନା ଅନୁଯାୟୀ, ରେଳବାଇର ବିଭିନ୍ନ ପ୍ରସଙ୍ଗ ନେଇ ତଥ୍ୟ ମଗାଯାଇଥିଲା । ଯେପରିକି ଖାଦ୍ୟର କ୍ୱାଲିଟିରେ ସୁଧାର ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି । ପ୍ଲାଟଫର୍ମ ଟିକେଟର ବିକ୍ରିରେ କେତେ ରାଜସ୍ୱ ପ୍ରାପ୍ତି ହୋଇଛି । ତେବେ ଏଥିରେ ମୁଖ୍ୟ ଥିଲା ୨୦୧୪ ମସିହା ଠାରୁ ଏବେ ପର୍ଯ୍ୟନ୍ତ କେତେ ନିଯୁକ୍ତି ପଦ ପ୍ରକାଶ ପାଇଛି । ଏବଂ ସେଥିରେ ଆବେଦନ ହୋଇଥିବା ଶୁଳ୍କରେ କେତେ ରାଜସ୍ୱ ଜମା ହୋଇଛି । ତେବେ ଅନ୍ୟ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ତଥ୍ୟ ମିଳି ପାରିନଥିବା ବେଳେ କେବଳ ଆବେଦନ ଶୁଳ୍କ ସମ୍ବନ୍ଧରେ ତଥ୍ୟ ମିଳିପାରିଛି ।