ମାଗଣାରେ ମୋବାଇଲ୍ ଫୋନ୍ ରିଚାର୍ଜ କରିବ ରେଳବାଇ ! ପରିବେଶ ସୁରକ୍ଷା ସହ ଆପଣ ମଧ୍ୟ ରହିବେ ଲାଭରେ , ବାସ୍ କରିବାକୁ ପଡିବ ଏହି ଛୋଟ କାମ ।

263

ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ଲାଷ୍ଟିକର ବ୍ୟବହାରକୁ ଶେଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚାର ପରେ ରେଳବାଇ ଏନେଇ ତତ୍ପର ହୋଇଉଠିଛି । ବର୍ତ୍ତମାନ ରେଲୱେ ପକ୍ଷରୁ ଏଭଳି ଯାତ୍ରୀଙ୍କ ଫୋନ୍ ରିଚାର୍ଜ କରାଯିବ ଯେ ଷ୍ଟେସନ୍ ପରିସରରେ ପ୍ଲାଷ୍ଟିକ୍ ବୋତଲ ନ ଫୋପାଡି ନଷ୍ଟ କରୁଥିବା ମେସିନ୍ ର ବ୍ୟବହାର କରିବେ । ଆପଣଙ୍କୁ କହିରଖୁଛୁ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନରେ ପ୍ଲାଷ୍ଟିକମୁକ୍ତ ଭାରତ ଗଠନ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ ଏବଂ ପ୍ଲାଷ୍ଟିକ ବୋତଲର ବିକଳ୍ପ ଖୋଜିବା ପାଇଁ ମଧ୍ୟ ଅପିଲ୍ କରିଥିଲେ ।

ଅକ୍ଟୋବର ୨ ରୁ ରେଲୱେ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲର ବ୍ୟବହାର ହେବ ବନ୍ଦ :

ରେଲୱେ ତରଫରୁ ଜାରୀ କରାଯାଇଥିବା ନିର୍ଦ୍ଧେଶରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଠାରୁ ରେଲୱେ ପରିସରରେ ପ୍ଲାଷ୍ଟିକର ବ୍ୟବହାର ହେବ ନାହିଁ । ରେଲୱେ ବୋର୍ଡ ଅଧ୍ୟକ୍ଷ ବି.କେ ଯାଦବଙ୍କ କହିବାନୁସାରେ , ଷ୍ଟେସନରେ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରୁଥିବା ୪୦୦ ଟି ମେସିନ୍ ଲାଗିବ । ଯାହାର ବ୍ୟବହାର କରୁଥିବା ଯାତ୍ରୀଙ୍କୁ ମେସିନ୍ ରେ ନିଜ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡିବ ଏବଂ ଯାହାପରେ ତାଙ୍କ ମୋବାଇଲ୍ ଫୋନ୍ ରିଚାର୍ଜ ହେବ । ତେବେ ରିଚାର୍ଜର ସବିଶେଷ ସୂଚନା ଏଯାଏଁ ମିଳିପାରିନାହିଁ ।

୧୨୮ ଷ୍ଟେସନରେ ୧୬୦ ମେସିନ୍ ନଷ୍ଟ କରିବ ପ୍ଲାଷ୍ଟିକ ବୋତଲ :

ବର୍ତ୍ତମାନ ୧୨୮ ଟି ଷ୍ଟେସନରେ ପ୍ଲାଷ୍ଟିକ ବୋତଲ ନଷ୍ଟ କରୁଥିବା ୧୬୦ ଟି ମେସିନ୍ ଲାଗିବ । ରେଳବାଇ କର୍ମଚାରୀଙ୍କୁ ଷ୍ଟେସନରେ ବ୍ୟବହାର ହୋଇସାରିଥିବା ପ୍ଲାଷ୍ଟିକ ବୋତଲକୁ ଜମା କରି ଏହାର ରିସାକିଲିଙ୍ଗ୍ କରିବାକୁ ପଠାଇବା ପାଇଁ ନିର୍ଦ୍ଧେଶ ଦିଆଯାଇଛି ।

ରେଲୱେ ଷ୍ଟେସନରେ ଏବେ କେବଳ ରେଳ ନିର୍ ହିଁ ବିକ୍ରି ହେବ :

ଏବେ ରେଲୱେ ଷ୍ଟେସନରେ କେବଳ ରେଳ ନିର୍ ପାଣି ବୋତଲ ହିଁ ବିକ୍ରି ହେବ । ଏଥିପାଇଁ ଆଗାମୀ ବର୍ଷ ଆହୁରି ୬ ରେଳ ନିର୍ ପ୍ଲାଣ୍ଟ୍ ଆରମ୍ଭ ହେବାକୁ ଯାଉଛି । ଯାହା ନାଗପୁର , ହାଓଡା , ଗୌହାଟୀ, ଜବଲପୁର ,ଭୁସାବଲ୍ ଏବଂ ଉନାରେ ଆରମ୍ଭ ହେବାକୁ ଯାଉଛି । ତେବେ ଖୁବଶୀଘ୍ର ବିଜୟୱାଡା , ବିଶାଖାପାଟଣା ଏବଂ ଭୁବନେଶ୍ୱରରେ ରେଲ ନିର୍ କାରଖାନା ତିଆରି କରାଯିବ ।