ପାକିସ୍ତାନ ଓ ଚୀନର ନିଦ ହଜାଇବ ଭାରତୀୟ ନୌସେନା । ୨୦୫୦ ସୁଦ୍ଧା ସୁପର ପାୱାର ଭାବେ ଉଭା ହେବ ଭାରତ, ପାଖରେ ଥିବ ୨୦୦ଟି ଜାହାଜ ଓ ୫୦୦ଟି ଏୟାରକ୍ରାଫ୍ଟ

439

୨୦୫୦ ସୁଦ୍ଧା ସୁପର ପାୱାର ଭାବେ ଉଭାହେବ ଭାରତୀୟ ନୌସେନା । ୨୦୫୦ ମଧ୍ୟରେ ଭାରତୀୟ ନୌସେନା ପାଖରେ ୨୦୦ଟି ଜାହାଜ ଓ ୫୦୦ଟି ଏୟାରକ୍ରାଫ୍ଟ ରହିଥିବ । ଏଭଳି ଏକ ଆକଳନ କରିଛନ୍ତି ଭାରତୀୟ ନୌସେନା ପ୍ରମୁଖ ଆଡମିରାଲ ସୁନୀଲ ଲାମ୍ବା । ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଏଭଳି କହିଛନ୍ତି ନୌସେନା ମୁଖ୍ୟ । ଏପରିକି ଏହି ସମୟରେ ପାକିସ୍ତାନ ନୌସେନା ଠାରୁ ବେଶ ଶକ୍ତିଶାଳୀ ହୋଇ ସାରିଥିବ ଭାରତୀୟ ନୌସେନା । ଏପରିକି ହିନ୍ଦ ମହାସାଗରରେ ମଧ୍ୟ ନିଜର ପ୍ରତିପତ୍ତି ଜାହିର କରିବ ଭାରତ ।

ନୌସେନା ମୁଖ୍ୟ ସୁନୀଲ ଲାମ୍ବା ସୋମବାର ଗଣମାଧ୍ୟମ ଆଗରେ ଯେଉଁ ବୟାନ ଦେଇଛନ୍ତି ତାହା ପାକିସ୍ତାନ ଓ ଚୀନର ନିଦ ହଜାଇଦେବ । ଭାରତୀୟ ନୌସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ୫୬ଟି ଯୁଦ୍ଧ ଜାହାଜ, ଗୋଟିଏ ବୁଡା ଜାହାଜ ଖୁବଶୀଘ୍ର ସାମିଲ କରାଯିବାକୁ ଯୋଜନା କରାଯାଉଛି । ଏହାଛଡା ଏକ ବିମାନ ଉଡାଣ ଭରି ପାରୁଥିବା ଏକ ଜାହାଜକୁ ମଧ୍ୟ ସାମିଲ କରାଯିବ । ଏହାଦ୍ୱାରା ଭାରତୀୟ ନୌସେନା ଆହୁରି ଶକ୍ତିଶାଳୀ ହେବ ଏବଂ ପାକିସ୍ତାନ ଓ ଚୀନ ଜଳପଥରେ ଭାରତ ଉପରେ ନଜର ପକାଇବା ପୂର୍ବରୁ ହଜାର ଥର ଭାବିବେ ।

ଏପରିକି ସମୁଦ୍ରପଥ ଦେଇ ଯେଉଁଭଳି ଭାବେ ଆତଙ୍କବାଦୀ ଓ ଅନୁପ୍ରବେଶକାରୀ ପଶି ଆସୁଛନ୍ତି ତାହାକୁ ରୋକିବାକୁ ମଧ୍ୟ ଜୋରଦାର ପ୍ରୟାସ କରାଯାଉଥିବା କହିଛନ୍ତି ନୌସେନା ମୁଖ୍ୟ । ତଟୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଛ ଧରିବାକୁ ଯାଉଥିବା ପ୍ରାୟ ଅଢେଇ ଲକ୍ଷ ଡଙ୍ଗା ଓ ଟ୍ରଲରରେ ଜିପିଏସ ଲଗାଯାଉଛି । ଏହାଛଡା ସୁରକ୍ଷା ବ୍ୟବସ୍ଥାକୁ ନେଇ ସୁନୀଲ ଲାମ୍ବା କହିଛନ୍ତି, ଭାରତୀୟ ନୌସେନା ତଟୀୟ ଇଲାକାରେ ଦିନ ରାତି ଜଗି ରହିବା ସହ ଦେଶକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଏହାଛଡା ୨୬/୧୧ ଆକ୍ରମଣ ପରେ ପୂରା ଆଲର୍ଟରେ ରହୁଛି ଭାରତୀୟ ନୌସେନା । ପୂର୍ବପେକ୍ଷା ଶକ୍ତିଶାଳୀ ହୋଇଛି ନୌସେନା । ଏହାଛଡା ତଟକୂଳବର୍ତ୍ତୀ ଅଞ୍ଚଳରେ ରାଡାର ଲଗାଯାଇଛି । ଆଉ ରାଡାରରୁ ମିଳୁଥିବା ସୂଚନା ଆଧାରରେ ଆଲର୍ଟ ରହୁଛନ୍ତି ନୌବାହିନୀ ।