ଶେଷ ମୁହୂର୍ତ୍ତରେ ରନ୍ ଆଉଟ ହୋଇଗଲେ ଧୋନି । ହୃଦଘାତରେ ଚାଲିଗଲା କ୍ରିକେଟ ଫ୍ୟାନଙ୍କ ଜୀବନ ।

590

ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହେବା ସହ ବିଶ୍ୱକପ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବିରାଟ ବାହିନୀ ନ୍ୟୁଜିଲାଣ୍ଡ ଭଳି ଟିମ୍ ଠାରୁ ପରାସ୍ତ ହେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ଫ୍ୟାନ୍ । ଭାରତର ପରାଜୟ ୧୩୦ କୋଟି ଭାରତୀୟଙ୍କୁ ନିରାଶ କରିଛି । ଆଉ ଏସବୁ ଭିତରେ ଭାରତର ପରାଜୟ ପରେ ଜଣେ କ୍ରିକେଟ ପ୍ରେମୀ ହାର୍ଟ ଆଟାକରେ ମୃତ୍ୟୁବରଣ କରିଥିବା ଖବର ସାମ୍ନାକୁ ଆସିଛି ।

ଏହି ଘଟଣାଟି ବିହାରର କିଶନଗଞ୍ଜ ଜିଲ୍ଲାର ଡୁମରିଆ ଅଞ୍ଚଳରେ ଦେଖିବାକୁ ମିଳିଛି । ସେମିଫାଇନାଲ ମ୍ୟାଚରେ ଭାରତ ହାରିବା ପରେ ହାର୍ଟଆଟାକରେ କ୍ରିକେଟପ୍ରେମୀ ଅଶୋକ ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟ. ସ୍ଥାନୀୟ ହସ୍ପିଟାଲରେ କାମ କରୁଥିବା ଅଶୋକ ଡ୍ୟୁଟି ପରେ ଘରେ ବସି ସେମିଫାଇନାଲ ମ୍ୟାଚ୍ ଦେଖୁଥିଲେ । ତେବେ ଭାରତ ମ୍ୟାଚ୍ ହାରିବା ପରେ ଘରେ ବସିଥିବା ବେଳେ ଅଶୋକଙ୍କୁ ହାର୍ଟଆଟାକ ହୋଇଥିଲା ଓ ସେହିଠାରେ ହିଁ ସେ ବେହୋସ ହୋଇପଡିଥିଲେ । ତେବେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା ।

ସେମିଫାଇନାଲ ମୁକାବିଲାରେ ଭାରତ ଫେଭରିଟ ରହିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଠାରୁ ମାତ୍ର ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍ ପଡିଥିଲା । ଏହାପୂର୍ବରୁ ଲିଗ୍ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ।