ସାବାଡ ହେବେ ଶତ୍ରୁପକ୍ଷ: ଆକାଶରୁ ଆଖିବୁଜା ଆକ୍ରମଣ କରିବ ଶକ୍ତିଶାଳୀ ଡ୍ରୋନ । ସେନାରେ ସାମିଲ ହେବ ଅତ୍ୟାଧୁନି ଡ୍ରୋନ

ସେନାକୁ ମିଳିବ ନୂଆ ବଳ ।

366

କନକ ବ୍ୟୁରୋ: ସେନାକୁ ମିଳିବ ନୂଆ ବଳ । ଶକ୍ତିଶାଳୀ ହେବ ସେନା । ଭାରତୀୟ ସେନାରେ ସାମିଲ ହେବ ଅତ୍ୟାଧୁନିକ ଡ୍ରୋନ୍ । ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ସେନାଙ୍କ ପାଖରେ ଡ୍ରୋନ ପହଞ୍ଚାଇବ ଯୁଦ୍ଧାସ୍ତ୍ର । ଆଉ ଦରକାର ପଡିଲେ ଶତ୍ରୁଙ୍କ ଉପରେ ଆଖିବୁଜା ଆକ୍ରମଣ କରିବ ଡ୍ରୋନ ।
ଭାରତ ସହ ଦୁଇ ପଡୋଶୀ ଦେଶ ଚୀନ ଓ ପାକିସ୍ତାନର ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । କାଶ୍ମୀରରୁ ଧାରା ୩୭୦ ହଟିବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ସୀମା ପାର କରି ଭାରତ ଉପରେ ପୁଲୱାମା ଭଳି ଆଉ ଏକ ଭୟଙ୍କର ଆକ୍ରମଣ କରିବାକୁ ବି ଚେଷ୍ଟା ଚଳାଇଛି । କିନ୍ତୁ ଭାରତୀୟ ସେନା ଆଗରେ ଶତ୍ରୁର କୌଣସି ବି ଚାଲ ସଫଳ ହୋଇପାରୁନି ।
ଦିନକୁ ଦିନ ଶକ୍ତ ହେଉଛି ଭାରତର ସାମରିକ ଶକ୍ତି । ଗତ କିଛି ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ବିଧ୍ୱଂସକାରୀ ହେଲିକପ୍ଟର ଆପାଚେ ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଲଢୁଆ ବିମାନ ରାଫେଲ । ଆଉ ଏବେ ଅତ୍ୟାଧୁନିକ ଡ୍ରୋନ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ।

ଶତ୍ରୁକୁ କଡା ଜବାବ ଦେବା ପାଇଁ ଅଣ୍ଟା ଭିଡିଛି ଭାରତୀୟ ସେନା । ଭାରତୀୟ ସେନା ଏଭଳି ଏକ ଡ୍ରୋନ କିଣିବାକୁ ଯାଉଛି ଯାହା ପାଖରେ ଯୁଦ୍ଧାସ୍ତ୍ର ନବା ଆଣିବା କରିବା ସହ ଦରକାର ପଡିଲେ ଶତ୍ରୁ ଉପରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରହିଛି । ଏହି ଡ୍ରୋନକୁ ପାହାଡି ଇଲାକାର ସବୁଠୁ ଉଚ୍ଚା ସ୍ଥାନରେ ମୁତୟନ କରାଯିବ । ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହ ଶତ୍ରୁ ଉପରେ ମିଜାଇଲ ଭଳି ଆକ୍ରମଣ ମଧ୍ୟ କରିପାରିବ ଏହି ଅତ୍ୟାଧୁନିକ ଡ୍ରୋନ୍ ।
କେବଳ ସେତିକି ନୁହେଁ ୧୦ ହଜାର ଫୁଟ ଉଚ୍ଚତାରେ ମୁତୟନ ହୋଇଥିବା ସେନାଙ୍କ ପାଖରେ ଏହି ଡ୍ରୋନ୍ ପ୍ରାୟ ୪୦ କିଲୋର ଅସ୍ତ୍ରଶସ୍ତ୍ରକୁ ପହଁଚାଇପାରିବ ।