ପୁଲୱାମା ଆକ୍ରମଣ ପରେ ଭାରତ ଏବଂ ପାକ୍ ସୀମା ଭିତରେ ଆକ୍ରୋଶ ଆହୁରି ବଢିଯାଇଛି । ଭାରତୀୟ ସେନା ପ୍ରତି ଆକ୍ରମଣ ତଥା ଘୁସପେଠ୍ କୁ ଅସଫଳ କରିବା ପାଇଁ ପ୍ରସ୍ତୁତ ହୋଇରହିଛି । ଏଭଳି ସ୍ଥିିତିରେ ପାକିସ୍ତାନ ଲଗାତାର ଭାରତରେ ପଶିବା ପାଇଁ ନୂଆ ନୂଆ ରାସ୍ତା ଖୋଜୁଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ଏଥର ନେପାଳ ବର୍ଡର ଜରିଆରେ ଭାରତ ଭିତରକୁ ପ୍ରବେଶ କରିବାକୁ ରାସ୍ତା ବାହାର କରୁଥିବାର ସୂଚନା ମିଳିଛି । ସୂତ୍ର ଅନୁସାରେ ନିକଟରେ ତିନି ଜଣ ଆତଙ୍କବାଦୀ ନେପାଳ ବର୍ଡର ଜରିଆରେ ଭାରତରେ ପ୍ରବେଶ କରିବାରେ ସଫଳ ହୋଇଥିଲେ । ଏହି ଆତଙ୍କବାଦୀ ନର୍ଥ କାଶ୍ମୀର ବାନ୍ଦିପୋରାରେ ପହଂଚିଥିଲେ ।
ଗୁଇନ୍ଦା ରିପୋର୍ଟ ଅନୁସାରେ ସାଜିଦ୍ ମୀର୍ ନାମକ ଆତଙ୍କବାଦୀ କାଶ୍ମୀରର ଲୋକାଲ୍ ଆତଙ୍କବାଦୀ ଯିଏ ସପୋରରେ ସକ୍ରିୟ ଅଛି । ସାଜିଦ୍ ସେଠାରୁ ଅନ୍ୟ ଆତଙ୍କବାଦୀଙ୍କ ସହ ବାନ୍ଦିପୋରା ପହଂଚିଥିଲା । ତେବେ ଏଭଳି ନେପାଳ ରାସ୍ତାରୁ ପ୍ରଥମଥର ପାଇଁ ଆତଙ୍କବାଦୀ ଭାରତକୁ ପ୍ରବେଶ କରୁଛନ୍ତି । ତିନି ବର୍ଷ ଭିତରେ ଏଭଳି ରାସ୍ତାକୁ ପ୍ରବେଶ କରିବାର ରିପୋର୍ଟରେ ଜାହିର କରାଯାଇନାହିଁ ତେବେ ପାକ୍ ଏବେ ନେପାଳ ରାସ୍ତାକୁ ପ୍ରବେଶ କରିବାର କିଛିକାଂଶରେ କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/army1-2.jpg)
/kanak/media/post_attachments/wp-content/uploads/2019/05/indian-armyborderpti-300x225.jpg)