ପାକିସ୍ତାନକୁ ଭାରତର କଡା ଜବାବ ! ସେନା ଗୁଳିରେ ୧୨ ପାକ୍ ଯବାନ ନିହତ । 

1,273

ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଥିବାରୁ ଭାରତୀୟ ସେନା ତାହାର ଏକ କଠୋର ଜବାବ ଦେଇଛି । ଗତ ମାସରେ ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ପାକିସ୍ତାନ ପ୍ରାୟ ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି । ଏହା ଦ୍ବାରା କେବଳ ଭାରତୀୟ ସେନା ନୁହେଁ, ସାଧାରଣ ଲୋକମାନେ ମଧ୍ୟ ମୃତାହତ ହେଉଛନ୍ତି  ଓ ବିପୁଳ ଧନଜୀବନ ହାନୀ ହେଉଛି । କିନ୍ତୁ ଭାରତୀୟ ସେନା ମଧ୍ୟ ପାକିସ୍ତାନର ଏହି ଦୁଃସାହସର ଦୃଢ ଜବାବ ଦେଉଛି ।

ଗତ ଗୁରୁବାରଦିନ ଭାରତୀୟ ସେନା ନିୟନ୍ତ୍ରଣ ରେଖା ନିକଟରେ ଏକ ବଡ଼ ଧରଣର ଅପରେସନ ଚଳାଇ ପ୍ରାୟ ୨ ଜଣ  ଅଫିସର ସମେତ ୧୨ ଜଣ ପାକିସ୍ତାନ ସେନାଙ୍କୁ ମାରିଦେଇଛି । ଏହି ଘଟଣାରେ ପ୍ରାୟ ୨୨ ଜଣ ପାକିସ୍ତାନି ସୈନିକ ଆହତ ହୋଇଛନ୍ତି । କାଶ୍ମୀରର ସୁନ୍ଦରବନୀ ଇଲାକାରେ ଏହି ଆକ୍ରମଣ ହୋଇଥିଲା । ଗୁରୁବାରଦିନ ପାକିସ୍ତାନ ପଟୁ ଗୁଳିମାଡ ଯୋଗୁଁ ଜଣେ ଭାରତୀୟ ରାଇଫଲମ୍ୟାନ ସହିଦ ହୋଇଥିଲେ । ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଉପରୋକ୍ତ ଅପରେସନ କରିଥିଲା । ତେବେ ଏହି ଘଟଣାକୁ ସେନା ପକ୍ଷରୁ ଯଥାସମ୍ଭବ ଗୁପ୍ତ ରଖାଯାଇଛି । ଗତ କାଲି ପାକିସ୍ତାନର ଏକ ଏମଆଇ-୧୭ ହେଲିକାପ୍ଟର ଭାରତ ସୀମା ଭିତରକୁ ଆସି  ପାକିସ୍ତାନୀ ସୈନିକଙ୍କ ମୃତଦେହକୁ ନେଇଯାଇଥିଲେ । ଭାରତୀୟ ସେନା ପକ୍ଷରୁ ପାକ ସେନାକୁ ଏହି ମୃତଦେହ ଗୁଡ଼ିକ ହସ୍ତାନ୍ତର କରାଯାଇଥିଲା ।