ସେନାକୁ ସଲାମ୍ : ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ , ନୂଆଦିଲ୍ଲୀରେ ଭବ୍ୟ ପରେଡର ଆୟୋଜନ

177

ସାରା ଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ଭାରତୀୟ ସେନା ମଧ୍ୟ ଉତ୍ସବ ପାଳନ କରୁଛି । ୧୫ ଜାନୁଆରୀ ସକାଳ ସାରା ଦେଶରେ ରଙ୍ଗବେରଙ୍ଗର ଗୁଡି ଉଡୁଥିବା ବେଳେ ସେନା ମଧ୍ୟ ତ୍ରିରଙ୍ଗାକୁ ଉଡାଇ ଉତ୍ସବ ପାଳିଛି । ଦୁଇ ଦୁଇଟି ପର୍ବକୁ ସାରା ଦେଶ ପାଳନ କରୁଛି । ଖାଲି ମକର ସଂକ୍ରାନ୍ତି ନୁହଁ ଆଜି ହେଉଛି ସେନା ଦିବସ ।

ଇଣ୍ଡିୟାନ୍ ଆର୍ମି ଡେ’ ତଥା ସେନା ଦିବସ ରୂପେ ପ୍ରତିବର୍ଷ ସେନା ମୁଖ୍ୟାଳୟ ତଥା ରାଷ୍ଟ୍ରର ରାଜଧାନୀରେ ଏହି ସମାରୋହ ଆୟୋଜନ କରାଯାଏ । ଯେଉଁଥିରେ ଅନେକ ପ୍ରକାର ଶୋ’ ପ୍ରଦର୍ଶନ କରାଯାଏ ଯାହା ସେନାର ଯବାନମାନେ ପ୍ରଦର୍ଶିତ କରିଥାନ୍ତି । ଦେଶ ଗରିମା ପାଇଁ ନିଜ ପ୍ରାଣର ଆହୁତି ଦେଉଥିବା ଭାରତୀୟ ସେନାର ବୀର ଯବାନଙ୍କ ସମ୍ମାନ ଏବଂ ସଲାମ୍ କରିବା ପାଇଁ ପ୍ରତିବର୍ଷ ସେନା ଦିବସ ପାଳନ କରାଯାଏ । ଭାରତୀୟ ଆର୍ମି ଜେନେରାଲ୍ କୋଡଣ୍ଡେରା ମଡପ୍ପା କରିୟପ୍ପା ୧୯୪୯ ଜାନୁଆରୀ ୧୫ ତାରିଖ ବ୍ରିଟିଶ୍ ଜେନେରାଲ୍ ରାୟ ବୁଚରର ଉତ୍ତରାଧିକାରୀ ହୋଇଥିଲେ ଏବଂ ସ୍ୱତନ୍ତ୍ର ଭାରତର ପ୍ରଥମ କମାଣ୍ଡର-ଇନ୍-ଚିଫ୍ ହୋଇଥିଲେ । ଏହି ଦିନଟିକୁ ଭାରତୀୟ ସ୍ଥଳସେନା ଦିବସ ରୂପେ ପାଳନ କରାଗଲା ।

ଆଜି ଭାରତୀୟ ସ୍ଥଳସେନା ପାଳନ କରୁଛି ଏହାର ୭୨ ତମ ପ୍ରତିଷ୍ଠା ଦିବସ । ୧୯୪୯ ମସିହା ଆଜିର ଦିନରେ ପ୍ରଥମ କରି ପ୍ରତିଷ୍ଠା ହୋଇଥିଲା ଭାରତୀୟ ସେନା । କରିୟପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର । ଆଜି ନୂଆଦିଲ୍ଲୀରେ ସେନା ପ୍ରତିଷ୍ଠା ଦିବସରେ ଭବ୍ୟ ପରେଡର ଆୟୋଜନ ହୋଇଛି । ଶୀତୁଆ ପରିବେଶରେ ସେନାର ଏହି ପରେଡ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ କରିଆପ୍ପା ପରେଡ ଗ୍ରାଉଣ୍ଡରେ ପରେଡ ଆଗରୁ ଦେଶର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଆଜିର ପରେଡରେ ଏକ ବିଶେଷତା ହେଉଛି ସମସ୍ତ ପୁରୁଷ କଂଟିଜେଣ୍ଟର ନେତୃତ୍ୱ ନେଇଛନ୍ତି ମହିଳା ଅଫିସର । କ୍ୟାପଟେନ୍ ତାନିଆ ସେର ଗିଲ୍ ଚଳିତ ବର୍ଷ ପରେଡରେ ପୁରୁଷ କଂଟିଜେଣ୍ଟର ନେତୃତ୍ୱ ନେଇଛନ୍ତି । ଚିଫ୍ ଅଫ୍ ସିଡିଏସ ହେବା ପରେ ବିପିନ୍ ରାୱତଙ୍କ ଅଧିନରେ ଏହା ପ୍ରଥମ କରି ସେନା ପାଳନ କରୁଛି ପ୍ରତିଷ୍ଠା ଦିବସ ।