ସେନାକୁ ଟଙ୍କା ସଙ୍କଟ ! ଦେଢ଼ ଲକ୍ଷ ଯବାନଙ୍କୁ ଅବସର ଦେଇ ଟଙ୍କା ସଞ୍ଚିବ ଭାରତୀୟ ସେନା ।

35

ଭାରତୀୟ ସେନା ଆଧୁନିକ ହତିଆର କିଣିବା ପାଇଁ ଏପରି ବିକଳ୍ପ ଉପରେ ବିଚାର କରୁଛନ୍ତି ଯାହା ପୂର୍ବରୁ କେବେ କରାଯାଇନଥିଲା । ତେବେ ସେନାରେ ଥିବା ପ୍ରାୟ ୧.୫ଲକ୍ଷ ଯବାନଙ୍କୁ ଚାକିରିରୁ ଅବସର ଦିଆଯିବା ନେଇ ବିଚାର କରୁଛି ଭାରତୀୟ ସେନା । ଏପରି କରାଯିବା କରାଯିବାର କାରଣ ହେଉଛି ଏଥିରୁ ସଞ୍ଚିତ ହେଉଥିବା ଅର୍ଥରେ ସେନା ଆଧୁନିକ ଅସ୍ତ୍ର ଶସ୍ତ୍ର କିଣିପାରିବ । ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛିକି, କଣ ସତରେ ସେନା ପାଖରେ ଟଙ୍କା ନାହିଁ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ପାଖା ପାଖି ୧.୫ ଲକ୍ଷ ଯବାନଙ୍କୁ ଅବସର ଦେବା ପରେ ସେନା ପାଖରେ ୫ ହଜାରରୁ ୭ ହଜାର କୋଟି ଟଙ୍କା ସଞ୍ଚିତ ହୋଇପାରିବ । ଆଉ ଏହି ଟଙ୍କାରେ ସେନା ଆଧୁନିକ ଅସ୍ତ୍ର ଶସ୍ତ୍ର କିଣି ପାରିବ । ତେବେ ନିଷ୍ପତି ଏବେ ବିଚାର ଉପରେ ରହିଛି । ତେବେ ପ୍ରତବର୍ଷ ସେନାରେ ପ୍ରାୟ ୬୦ ହଜାର ଯବାନ ଅବସର ନେଇଥାନ୍ତି । ଏଭଳି ସ୍ଥିତିରେ ଯଦି ସେନାକୁ ମ୍ୟାନ ପାୱାରକୁ କମାଇ ଦିଆଯିବ ତେବେ କିଛି ବର୍ଷ ପର୍ଯ୍ୟନ୍ତ ସେନାରେ ହେଉଥିବା ନିଯୁକ୍ତିକୁ ରୋକିବାକୁ ପଡିବ । ଯାହା ଫଳରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ବଞ୍ଚାଇ ନୂତନ ଅସ୍ତ୍ରଶସ୍ତ୍ର କିଣି ଯୁଦ୍ଧରେ ବ୍ୟବହାର କରାଯାଇପାରିବ ।