ଚୀନ୍ ସୀମା ନିକଟରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ! ୫ ମୃତ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ହୋଇଥିବା ସୂଚନା

64

କନକ ବ୍ୟୁରୋ : ବାୟୁସେନା ଦିବସ ପୂର୍ବରୁ କ୍ରାସ ହେଲା ହେଲିକପ୍ଟର । ଅରୁଣାଚଳପ୍ରଦେଶରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ  । ଅରୁଣାଚଳପ୍ରଦେଶର ତବାଙ୍ଗରେ ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଜଣେ ଆହତ ହୋଇଛନ୍ତି  । ଭାରତୀୟ ବାୟୁସେନାର ଏମଆଇ-୧୭-ଭି୫ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟର କ୍ରାସ ହୋଇଥିବା ଆଶଙ୍କା କରାଯାଉଛି ।

THAR-SHAKTI-1ଚୀନ୍ ସୀମାଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଏହି ହେଲିକପ୍ଟର ଦୁର୍ଘଟଣା ହୋଇଛି । ତେବେ ଘଟଣାର କୋର୍ଟ ଅଫ ଏନକ୍ୱାରୀ ପାଇଁ ବାୟୁସେନା ଚିଫ୍ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଉଦ୍ଧାର କାର୍ଯ୍ୟ ପାଇଁ ଆଉ ଏକ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ହେଲିକପ୍ଟରଟି ସେନା ପାଇଁ ଅତ୍ୟାବଶକ ସାମଗ୍ରୀ ନେଇଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା । ସକାଳ ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି । ୨୦୧୩ରେ ଉତରାଖଣ୍ଡ ବନ୍ୟା ବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବାୟୁସେନାର ଏହି ଏମଆଇ-୧୭-ଭି୫ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଏଥିରେ ୨୦ଜଣଙ୍କର ମୃତ୍ୟୁ ହୋଇଥିଲା  ।

ବିଶ୍ୱର ଅତ୍ୟାଧୁନିକ ହେଲିକପ୍ଟର ମଧ୍ୟରୁ ଏହା ଅନ୍ୟତମ । ବିଭିନ୍ନ ସର୍ଚ୍ଚ ଅପରେସନ, ପ୍ରେଟୋଲିଙ୍ଗ ଓ ଜରୁରୀକାଳୀନ ପରିସ୍ଥିତି ଏବଂ ଉଦ୍ଧାର କାର୍ଯ୍ୟରେ ଏହି ହେଲିକପ୍ଟରକୁ ନିୟୋଜିତ କରାଯାଇଥାଏ । ରାତି ସମୟରେ ମଧ୍ୟ ଏହି ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ କରାଯାଇଥାଏ । ୨୦୦୮ ମସିହାରେ ମୁମ୍ବାଇ ଅକ୍ରମଣ ସମୟରେ ରାତିରେ ଏହି ହେଲିକପ୍ଟର ମାଧ୍ୟମରେ ହିଁ ଏନଏସଜି କମାଣ୍ଡୋ ମାନେ ଆସିଥିଲେ । ଏହାଛଡା ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ଏହି ହେଲିକପ୍ଟରର ବ୍ୟବହାର କରାଯାଇଥିଲା ।