ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଉପରେ ପୁଣି ଧରାପଡିଲା ପାକ୍ ର ମିଛ ! ମିରାଜ୍ ଠାରୁ ୧୦ ମିନିଟ୍ ବିଳମ୍ବ ଥିଲା ଏଫ୍ -୧୬ ।

515

ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ଫେବୃୟାରୀ ୨୬ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା । ବାୟୁସେନା ତରଫରୁ ଗୋଟିଏ ରିପୋର୍ଟ ପ୍ରଦାନ କରାଯାଇଥିଲା । ଯାହା ମୁତାବକ ୬ ରୁ ୫ ଟି ଟାର୍ଗେଟ କରାଯାଇଥିଲା । ଏହି ରିପୋର୍ଟ ଜରିଆରେ ପ୍ରଥମଥର ପାଇଁ ବାୟୁସେନା ଟାର୍ଗେଟ୍ କରିଥିବା ଠିକଣାର ସଂଖ୍ୟା କହିଥିଲା । ଏହି ଅପରେସନ୍ ଜଡିତ ଥିବା ଏକ ରିପୋର୍ଟ ଅନୁସାରେ , ପାକିସ୍ତାନର ହାଇଆଲର୍ଟରେ ରହିବା ପରେ ମଧ୍ୟ ଏହି ମିଶନ୍ ସଂପୁର୍ଣ୍ଣ ହୋଇଥିଲା ।

୮ ଲଢୁଆ ବିମାନ ଆଡ୍ଡାରେ ଅବ୍ୟବସ୍ଥା ରହିଥିଲା ପାକ୍ :

ଏହି ରିପୋର୍ଟରେ କୁହାଯାଇଛି ଯେ ବାୟୁସେନାର ମିରାଜ-୨୦୦୦ ଆକ୍ରମଣ ପରେ ତୁରନ୍ତ ଫେରିଆସିଥିଲା ଏବଂ ସେତେବେଳେ ପାକ୍ ‘୮ ରୁ କମ୍ ଫାଇଟର୍ ବେସ୍’ ରୁ ନିଜ ଜାହାଜକୁ ହଟାଇଥିଲା । ଏଥିରେ ସରଗୋଦା ମୁସଫ୍ , ଶୋରକୋଟ୍ ରଫିକି,କମାରା ଅଟୋକରେ ମିନହାନ୍ସ ଏବଂ ଚଳବାଲରେ ମୁରାଦ୍ ଜାହାଜ ସାମିଲ୍ ଥିଲା । ନାମ ପ୍ରକାଶ ନ କରିବା କାରଣରେ ସୁରକ୍ଷା ସହ ଜଡିତ ଥିବା ଅଧିକାରୀ କହିଥିଲେ , ପାକ୍ ବାୟୁସେନା ଏବଂ ଭାରତୀୟ ବାୟୁସେନା ଲଢୁଆ ବିମାନ ମଧ୍ୟରେ ମାତ୍ର ୧୦ ମିନିଟ୍ ର ଦୂରତା ଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଇଣ୍ଟେଲିଜେନ୍ସର ‘ସଟିକତା’ ଏବଂ ଠିକଣା ଚୟନ କରିବା ବି ବାୟୁସେନା ପାଇଁ ସକାରାତ୍ମକ ରହିଥିଲା । ରିପୋର୍ଟରେ କୁହାଯାଇଛି ରଣନୈତିକ ଏବଂ ସାମରିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ସମୟରେ ପାକ୍ କୁ ଏହା ବିଷୟରେ ଜ୍ଞାତ ନଥିଲା । ବାୟୁସେନା ପ୍ରମୁଖ ବିଏସ୍ ଧନୋଆ ଏବଂ ଭାରତୀୟ ବାୟୁସେନାର ଶୀର୍ଷ ଅଧିକାରୀ ସାମାନ୍ୟ କାର୍ଯ୍ୟରେ ଲାଗିଥିବାରୁ ପାକ୍ ପର୍ଯ୍ୟନ୍ତ ଏହି କଥା ପହଚିଂ ପାରିନଥିଲା । ବଡ କଥା ହେଉଛି ଆକ୍ରମଣ ସମୟରେ ଋଷ୍ ନିର୍ମିତ ଏସୟୁ-୩୦ ,ଜୈସ୍-ଏ-ମହମ୍ମଦର ବହାବଲପୁର ସ୍ଥିତ ଠିକଣା ଆଡକୁ ଅଗ୍ରସର ହୋଇଥିଲେ । ଯାହାଦ୍ୱାରା ପାକ୍ କୁ ନିଜ ବାୟୁସେନାକୁ ଅଲଗା କ୍ଷେତ୍ରରେ ଲଗାଇବାକୁ ପଡିଥିଲା । ରିପୋର୍ଟ ଅନ୍ତରେ ଏହି ହତିଆରର କଥା କୁହାଯାଇଥିଲା ଯାହାର ସାହାଯ୍ୟରେ ବାୟୁସେନା ଜୈସ୍-ଏ-ମହମ୍ମଦ ଠିକଣାରେ ଆକ୍ରମଣ କରିଥିଲେ । ଭାରତ ଏଥିରେ ସ୍ପାଇଶ୍ ୨୦୦୦ ଗାଇଡେଡ୍ ମିସାଇଲର ବ୍ୟବହାର କରିଥିଲେ । ଏହି ରିପୋର୍ଟରେ କୁହାଯାଇଥିଲା – ଆଲୋଚନା କରାଯାଇଥିବା ୬ ଠିକଣାରୁ ୫ ଟି ଉପରେ ଟାର୍ଗେଟ୍ କରାଯାଇଥିଲା ।