କନକ ବ୍ୟୁରୋ: ଆରମ୍ଭରୁ ବିଜୟର ସ୍ୱାଦ ଚାଖିଲା ଭାରତ । ଟି-ଟ୍ୱେଂଟି ସିରିଜର ପ୍ରଥମ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ଅଧିନାୟକ ବିରାଟ କୋହଲି ଏବଂ ଲୋକେଶ ରାଉଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିପାରିଛି ।
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଭାରତ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ୧୮.୪ ଓଭରରେ ଭାରତ ୪ ୱିକେଟ ହରାଇ କରିଥିଲା ୨୦୯ ରନ । ଏହି ବିଜୟ ସହ ଭାରତ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । କୋହଲି ୫୦ଟି ବଲରେ ୯୪ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୬ଟି ଚୌକା, ଏବଂ ୬ଟି ଛକା ରହିଛି ।
ସେପଟେ ୬୨ ରନ କରିଥିଲେ ଲୋକେଶ ରାଉଲ । ଟସ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୫ ଟି ୱିକେଟ ହରାଇ ୱେଷ୍ଟଇଣ୍ଡିଜ କରିଥିଲା ୨୦୭ ରନ । ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ୨ଟି, ୱାସିଂଟନ ସୁନ୍ଦର ଗୋଟିଏ, ଚହର ଗୋଟିଏ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଁଏ ୱିକେଟ ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/Capture21.jpg)