ଆମେରିକୀୟ ଲଢ଼ୁଆ ବିମାନ ନିର୍ମାଣକାରୀ କମ୍ପାନି ଲକହିଡ୍ ମାର୍ଟିନ୍ କର୍ପୋରେସନ୍ ଭାରତକୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜେଟ୍ ଜ୍ଞାନକୌଶଳ ସମ୍ପନ୍ନ ତଥା ‘ଟାର୍ଗେଟ୍ ଟ୍ରାକିଂ ଡିଭାଇସ୍’ ଯୁକ୍ତ ଏଫ-୩୫ ଲଢ଼ୁଆ ବିମାନ ଯୋଗାଇଦେବ। ଏହି ଲଢ଼ୁଆ ବିମାନକୁ ‘ପଞ୍ଚମ ଜେନେରେସନ୍’ ଏଫ-୩୫ ଲଢ଼ୁଆ ବିମାନ କୁହାଯାଉଛି। ଦେଶର ପ୍ରତିରକ୍ଷା ବିଭାଗ ଆଧୁନିକୀକରଣ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ୧୫ ବିଲିୟନ ଆମେରିକୀୟ ଡଲାର ବିନିମୟରେ ଏହିପରି ୧୧୦ଟି ଲଢ଼ୁଆ ବିମାନ କିଣିବା ପାଇଁ ଲକହିଡ୍ ମାର୍ଟିନ୍ କର୍ପୋରେସନ୍ ସହ ଚୁକ୍ତି ସ୍ୱାକ୍ଷରିତ କରିଛି।
‘ପଞ୍ଚମ ଜେନେରେସନ୍’ର ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ ଏଫ-୩୫ ଲଢ଼ୁଆ ବିମାନରେ ଅତ୍ୟାଧୁନିକ ରାଡାର୍ ସହ ‘ଟାର୍ଗେଟ୍ ଟ୍ରାକିଂ ଡିଭାଇସ୍’ ଓ ରେଡିଓ ଡାଟା ଲିଙ୍କ୍ ସିଷ୍ଟମ ଉପଲବ୍ଧ ରହିଛି। ଯାହାକି ଆକାଶ ମାର୍ଗରୁ ଶତ୍ରୁପକ୍ଷର ଆଡ୍ଡାକୁ ଠାବ କରିବା ସହ ତାହାକୁ ନିମିଷକ ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ସଂପ୍ରତି ଦେଶର ସୁରକ୍ଷା ପ୍ରତି ଦୁଇ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ ପଟୁ ବିପଦ ସୃଷ୍ଟି ହୋଇଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗର ଆଧୁନିକୀକରଣ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି। ଏହି କ୍ରମରେ ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ବାୟୁସେନା ପାଇଁ ୧୧୦ଟି ‘ପଞ୍ଚମ ଜେନେରେସନ୍’ର ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ ଏଫ-୩୫ ଲଢ଼ୁଆ ବିମାନ କିଣା ଯାଉଥିବା ଜାଣିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/1200px-IAF-F-35I-2016-12-13.jpg)
/kanak/media/post_attachments/wp-content/uploads/2018/04/testflyging_av_forste_norske_f-35_-_22492943335_14_1-1-300x177.jpg)