ଶିଭମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ । ୱେଷ୍ଟଇଣ୍ଡିଜ୍ ଆଗରେ ୧୭୧ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଟିମ୍ ଇଣ୍ଡିଆ ।

190

କନକ ବ୍ୟୁରୋ : ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଷ୍ଟାଡିଅମରେ ଆଜି ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଏହି ହାଇଭୋଲଟେଜ୍ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ପ୍ରଥମରୁ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଶେଷ ବେଳକୁ ୱେଷ୍ଟଇଣ୍ଡିଜ ବୋଲରଙ୍କୁ ବାଉଣ୍ଡ୍ରି ମାରିବାରେ ବିଫଳ ହୋଇଥିଲା ଭାରତୀୟ ଦଳ ।

ତେବେ ଶିଭମ ଦୁବେଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୭୦ ରନ୍ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଶିଭମ ଦୁବେ ୫୪ ଏବଂ ଋଷଭ ପନ୍ଥ ସର୍ବାଧିକ ୩୩ ରନ୍ କରିଥିଲେ । ବିଜୟ ପାଇଁ ୱେଷ୍ଟଇଣ୍ଡିଜକୁ ୧୭୧ ରନର ଆବଶ୍ୟକତା ରହିଛି ।