କାଲି ହାଇଦ୍ରାବାଦରେ ହାଇଭୋଲଟେଜ ଟକ୍କର । ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦, କିଏ ମାରିବ ବାଜି ?

513

କନକ ବ୍ୟୁରୋ : ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ । ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ହେବ ହାଇଭୋଲଟେଜ୍ ଟକ୍କର । ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରୁ ହିଁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଭାରତ ଏବଂ ୱେଷ୍ଟଇଣ୍ଡିଜ ।

ତେବେ ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଅଧିନାୟକ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳ ଆହୁରି ଅଧିକ ଶକ୍ତିଶାଳୀ ହୋଇଛି । ଅନ୍ୟପଟେ ଓି୍ୱକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ଥଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଆଲୋଚନା ଲାଗିରହିଥିବା ବେଳେ ପନ୍ଥଙ୍କ ସମର୍ଥନରେ ବାହାରିଛନ୍ତି ଅଧିନାୟକ ବିରାଟ । ତେଣୁ କାଲିର ମ୍ୟାଚରେ ପୁଣି ଥରେ ପନ୍ଥଙ୍କୁ ଖେଳିବାର ସୁଯୋଗ ମିଳିପାରେ ।

ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, କେଏଲ ରାହୁଲ, ଋଷଭ ପନ୍ଥ (ଓି୍ୱକେଟକିପର), କେଦାର ଯାଦବ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦ୍ର ଚହଲ, ଦୀପକ ଚହର ।