ଆଜିଠୁ ଫଟାଫଟ୍ କ୍ରିକେଟ୍ ମୁକାବିଲା । ଧର୍ମଶାଳାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା, ଅଭିଜ୍ଞତା ଦୃଷ୍ଟିରୁ ଆଗରେ ଟିମ୍ ଇଣ୍ଡିଆ ।

1,188

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ତିନି ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଂଟି ସିରିଜ୍ । ସିରିଜର ପ୍ରଥମ ମୁକାବିଲା ଆଜି ଧର୍ମଶାଳାରେ ସନ୍ଧ୍ୟା ୭ଟାରେ ଖେଳାଯିବ । ଭାରତ ବିପକ୍ଷ ଏହି ଟି-ଟ୍ୱେଂଟି ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଜୋରଦାର କସରତ କରିଛି । ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ବେଙ୍ଗାଲୁରୁ ଆସି ଭାରତୀୟ ପରିବେଶ ସହିତ ଖାପ ଖୁଆଇଥିବା ବେଳେ କିଛି ଖେଳାଳି ଭାରତରେ ଆଇପିଏଲ୍ ମଧ୍ୟ ଖେଳିଛନ୍ତି । ଅନ୍ୟପଟେ ଭାରତ ଘରୋଇ ପରିବେଶରେ ପୁରା ପ୍ରସ୍ତୁତ ରହିଛି । ଦଳର ଅଭିଜ୍ଞ ଖେଳାଳିଙ୍କ ସହ କିଛି ଯୁବ ଖେଳାଳିଙ୍କୁ ମଧ୍ୟ ଏହି ସିରିଜରେ ସ୍ଥାନ ମିଳିଛି ।

ମୋଟା ମୋଟି ଭାବେ କିନ୍ତୁ ଦକ୍ଷିଣ ଆଫ୍ରିକା ନିକଟରେ ଟି-୨୦ ଅଭିଜ୍ଞତା କମ୍‌ ରହିଛି । ଏହି ଦଳର ସମସ୍ତ ଖେଳାଳି ମିଳିତ ଭାବେ ୨୨୦ ଅନ୍ତର୍ଜାତୀୟ ଟି-୨୦‌‌ ଖେଳିଛନ୍ତି । ଭାରତର ଶୀର୍ଷ ୩ ଜଣ ରୋହିତ ଶର୍ମା, ଶିଖର ଧାୱନ ଏବଂ ଅଧିନାୟକ ବିରାଟ କୋହଲି ମିଳିତ ଭାବେ ୨୧୯ ମ୍ୟାଚ୍‌ର ଅଭିଜ୍ଞତା ରଖିଛନ୍ତି । ବିଶ୍ୱକପ୍‌ ବିଫଳତା ପରେ ହାସିମ୍ ଆମଲା, ଇମ୍ରାନ୍ ତାହିର୍‌ ଏବଂ ଜେପି ଡୁମିନି ପ୍ରମୁଖ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଏବେ ଦକ୍ଷିଣ ଆଫ୍ରିକାର ଦାୟିତ୍ୱ କ୍ବିଣ୍ଟନ୍ ଡି’କକ୍‌ ଏବଂ ରାଶି ଭାନ୍ ଡେର୍ ଦସେନ୍‌ଙ୍କ ଉପରେ ରହିବ ।

ଭାରତ ଏକାଦଶ (ସମ୍ଭାବ୍ୟ): ବିରାଟ‌ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ମନୀଷ ପାଣ୍ଡେ, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା/ରାହୁଲ ଚହର, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ତେମ୍ବା ବାଭୁମା, ରାସି ଭାନ୍ ଡେର୍ ଦସେନ୍‌, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଆନରିଚ୍‌ ନର୍ଜେ, କାଗିସୋ ରବାଦା, ଜୁନିଆର୍ ଡାଲା, ତାବ୍ରାଇଜ୍‌ ସାସମୀ।