ବାଂଲାଦେଶୀଙ୍କୁ ସୁହାଇଲାନି ପିଙ୍କ୍ ବଲ୍ ! ଦମ୍ ଦେଖାଇଲେ ଭାରତୀୟ ବୋଲର, ମାତ୍ର ୧୦୬ ରନରେ ଭୁଷୁଡିପଡିଲା ବାଂଲାଦେଶର ବ୍ୟାଟିଂଲାଇନ୍ ।

792

କନକ ବ୍ୟୁରୋ : ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଦମ୍ ଦେଖାଇଲେ ଭାରତୀୟ ବୋଲର । କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ, ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ଐତିହାସିକ ଦିବା-ରାତ୍ର ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଦଳ, ପ୍ରଥମ ପାଳିରେ ମାତ୍ର ୧୦୬ ରନ୍ କରି ସମସ୍ତ ଓି୍ୱକେଟ୍ ହରାଇଛି ।

ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ । ମାତ୍ର ୩ ଜଣ ଖେଳାଳୀଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁପାରିନଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ପକ୍ଷରୁ ଦମଦାର ବୋଲିଂ ପ୍ରଦର୍ଶନ କରି ଇଶାନ୍ତ ଶର୍ମା ୫ଟି ୱିକେଟ୍ ନେଇଥିବା ବେଳେ, ଉମେଶ ଯାଦବ ୩ଟି ୱିକେଟ୍ ନେଇଛନ୍ତି ।

ଗୋଲାପି ବଲରେ ପ୍ରଥମ ଥର ପାଇଁ ଖେଳୁଥିବା ବାଂଲାଦେଶୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇଛି । ଗୋଲାପି ବଲ୍ ଅତିରିକ୍ତ ସୁଇଂ କରୁଥିବା ଯୋଗୁଁ ଖେଳିପାରିନାହାନ୍ତି ଭ୍ରମଣକାରୀ ଦଳର ଖେଳାଳୀ । ଫଳରେ ଆରମ୍ଭରୁ ହିଁ ଦଳରେ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା ।