କନକ ବ୍ୟୁରୋ : ଦୀର୍ଘ -ଅବଧି ତୈଳ ଯୋଗାଣ ଲାଗି ଏକ ରାଜିନାମା ଉପରେ ଭାରତ ଓ ରୁଷ୍ ଆଲୋଚନା ଆରମ୍ଭ କରିଛନ୍ତି । ରୁଷ୍ର ସୁଦୂର ପୂର୍ବାଞ୍ଚଳରୁ ଭାରତକୁ ଅଶୋଧିତ ତୈଳ ଯୋଗାଣ ହେବ । ଅଶୋଧିତ ତୈଳ ନିମନ୍ତେ ଭାରତ କେବଳ ପଶ୍ଚିମ ଏସିଆ ଉପରେ ନିର୍ଭରଶୀଳ ନ ହୋଇ ଅନ୍ୟ ବିକଳ୍ପ ବ୍ୟବସ୍ଥା ଲାଗି ରୁଷ୍ ସହ ବୁଝାମଣା କରୁଥିବା କଥା ଜଣାପଡ଼ିଛି । ରୁଷ ତରଫରୁ ବିଶ୍ୱର ସର୍ବବୃହତ ତୈଳ ଓ ବାଷ୍ପ ନିଗମ ‘ରସ୍ନେଫ୍ଟ’ ଏହି ଆଲୋଚନାର ପ୍ରତିନିଧିତ୍ୱ କରୁଛି । ଭାରତ ତରଫରୁ ଏଥିରେ ଅଂଶ ଗ୍ରହଣ କରିଛି ପେଟ୍ରୋଲିୟମ୍ ମନ୍ତ୍ରାଳୟ ।
ଅଶୋଧିତ ତୈଳ ଯୋଗାଣ ସଂକ୍ରାନ୍ତ ରାଜିନାମା ସ୍ୱାକ୍ଷର କରାଯିବା ପରେ ରୁଷ୍ରୁ ‘ତରଳିକୃତ ପ୍ରାକୃତିକ ବାଷ୍ପ’ (ଏଲ୍ଏନ୍ଜି) ଯୋଗାଣ ସଂକ୍ରାନ୍ତରେ ମଧ୍ୟ ରାଜିନାମା କରିବାକୁ ଉଭୟ ପକ୍ଷ ଆଗ୍ରହୀ ଅଛନ୍ତି । ରୁଷ୍ରୁ ଭାରତକୁ ସୁବିଧା ଓ ଶସ୍ତାରେ ଏସବୁ ଜିନିଷ ପରିବହନ ନିମନ୍ତେ ଭାରତ ସମୁଦ୍ର ପଥର ବ୍ୟବସ୍ଥା ମଧ୍ୟ କରୁଛି ।
ସାଇବେରିଆରୁ ପ୍ରଶାନ୍ତ ମହାସାଗର ଯାଏଁ ବ୍ୟାପ୍ତ ରୁଷ୍ର ସୁଦୂର ପୂର୍ବାଞ୍ଚଳରେ ପ୍ରାୟ ୧୦ ରୁ ୧୪ ବିଲିୟନ୍ ଟନ୍ର ତୈଳ ଏବଂ ୧୪ରୁ ୧୫ ଟ୍ରିଲିୟନ୍ କ୍ୟୁବିକ୍ ମିଟର୍ ବାଷ୍ପ ମହଜୁଦ ଥିବା କଥା ଆକଳନ କରାଯାଇଛି ବୋଲି ରୁଷ୍ ପ୍ରତିନିଧି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/russia-brics-putin-meets-india-sidelines-summit_1cfd8a8a-36f9-11ea-a5b1-19fef2bd3e95.jpg)