କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳକୁ ଫଲୋଅନ ଦେଲା ଭାରତ । ସିଡନୀରେ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ପ୍ରଥମ ଇନିଂସରେ କଙ୍ଗାରୁ ଦଳ ୩୦୦ ରନରେ ଅଲଆଉଟ ହୋଇଛି । ପ୍ରଥମେ ବ୍ୟାଟିଂ କରି ୬୨୨ ରନରେ ପାଳି ଘୋଷଣା କରିଥିବା ଟିମ ଇଣ୍ଡିଆ ୩୨୨ ରନରେ ଆଗୁଆ ରହିଛି । କୂଳଦୀପ ଯାଦବଙ୍କୁ ୫ୱିକେଟର ସଫଳତା ମିଳିଛି । ତେବେ ଫଲୋଅନ ଦେଇଥିବାରୁ ଭାରତ ଦ୍ୱିତୀୟ ଇନିଂସରେ ବୋଲିଂ କରିବ ଓ ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରୁଛି । ପ୍ରଥମ ପାଳିରେ ୭ୱିକେଟ ବିନିମୟରେ ୬୨୨ ରନର ବିଶାଳ ସ୍କୋର କରିଥିଲା ବିରାଟ ବାହିନୀ ।
ତେବେ ତୃତୀୟ ଦିନରେ ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ଦଳ ସମସ୍ତ ୱିକେଟ ହରାଇବାରୁ ବର୍ତି ଯାଇଥିଲା । ତୃତୀୟ ଦିନର ଖେଳ ଶେଷ ସୁଧା ୬ୱିକେଟ ହରାଇ ମାତ୍ର ୨୩୬ରନ୍ କରିବାକୁ ସକ୍ଷମ ହୋଇଥିଲା ଟିମ୍ ଅଷ୍ଟ୍ରେଲିଆ । ଆଜି ସକାଳୁ ସକାଳୁ ଅଷ୍ଟ୍ରେଲିଆ ଦଳର ସ୍କୋର ୩୦୦ ରନ୍ ହୋଇଥିବାବେଳେ ଶେଷ ୱିକେଟ ପତନ ହୋଇଛି । ତେବେ ଯଦି ଅଷ୍ଟ୍ରେଲିଆ ସହ ଚାଲିଥିବା ଏହି ମ୍ୟାଚକୁ କଙ୍ଗାରୁ ଦଳ ଡ୍ର ରଖିବାରେ ସକ୍ଷମ ହୁଏ, ତଥାପି ଭାରତ ଏହି ଶୃଂଖଳା ଜିତିବା ସହ ଐତିହାସିକ ରେକର୍ଡ କରିବ । ଏହି ସିରିଜରେ ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚରେ ଭାରତ ୨-୧ରେ ଆଗୁଆ ରହିଛି ।