କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା ଆଉ ଏହି ‘ବିଶ୍ୱ ମହାମାରୀ’କୁ କିଭଳି ସଫଳତାର ମୁକାବିଲା କରି ବିଦା କରିବା ସେନେଇ ମହାଭାରତର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ମହାଭାରତ ଯୁଦ୍ଧ ୧୮ ଦିନରେ ଶେଷ ହୋଇଥିଲା । ହେଲେ କରୋନାକୁ ୨୧ ଦିନରେ ଜିତିବାକୁ ହେବ ।
#WATCH Live - Prime Minister Modi’s interaction with citizens of Varanasi (via video conferencing). This is PM’s first public engagement after the announcement of a countrywide lockdown. https://t.co/ZfBipa7l7G
— ANI (@ANI) March 25, 2020
ଦେଶରେ କରୋନା ସଂକ୍ରମଣର ଉଦବେଗ ଭିତରେ ଆଜି ନିଜ ନିର୍ବାଚନ ମଣ୍ଡଳିର ଲୋକଙ୍କୁ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସରେ ଲୋକଙ୍କ ପ୍ରଶନର ଉତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ନା ଆମ ସଂସ୍କୃତିକୁ ବିନାଶ କରିପାରିବ ନା ସଂସ୍କାରକୁ ନଷ୍ଟ କରିପାରିବ । କରୋନା ସହ ମୁକାବିଲା ପାଇଁ ଅନ୍ୟ ଏକ ତରିକା ରହିଛି, ତାହା ହେଉଛି କରୁଣା । କରୁଣା ଜରିଆରେ ଆମେ ଦେଶର ଗରିବ ଲୋକଙ୍କ କଲ୍ୟାଣ କରିପାରିବା । ସାରା ଦେଶରେ ୨୧ଦିନର ତାଲାବନ୍ଦ ଘୋଷଣା କରିବା ପରେ ପ୍ରଥମ ଥର ଆଜି ବାରଣାସୀର ଜନତାଙ୍କ ସହ ଭିଡିଓ କନଫରେନ୍ସରେ କଥା ହୋଇଛନ୍ତି ମୋଦି ।