ଲଦାଖ ସୀମାରେ ପୁଣି ମୁହାଁମୁହିଁ ହେଲେ ଭାରତ-ଚୀନ ସେନା । ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ପାଟ୍ରୋଲିଂ ବେଳେ ହାତାହାତି ସ୍ଥିତି

421

କନକ ବ୍ୟୁରୋ : ଲଦାଖରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଚୀନ୍ ସେନା । ଭାରତୀୟ ସେନା ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ପାଟ୍ରୋଲିଂ କରିବା ବେଳେ ଏଭଳି ସ୍ଥିତି ଉପୁଜିଛି । ଦୁଇ ଦେଶର ସେନା ପରସ୍ପରକୁ ଠେଲା ପେଲା କରିବା ସହ ଦୀର୍ଘ ସମୟ ଧରି ସୀମାରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ଏଭଳି ସ୍ଥିତି ଉପୁଜିବା ପରେ ଦୁଇ ଦେଶର ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ପରେ ସ୍ଥିତି ଶାନ୍ତ ପଡିଥିଲା ।

china-india
image courtesy-https://www.indiatoday.in

ସୂଚନା ଅନୁସାରେ ବୁଧବାର ଭାରତୀୟ ସେନା ପୋଙ୍ଗୟାଙ୍ଗ ହ୍ରଦର ଉତର ସୀମା ନିକଟରେ ପାଟ୍ରୋଲିଂକୁ ଓହ୍ଲାଇଥିଲା । ଏହି ସମୟରେ ଭାରତୀୟ ସେନାଙ୍କ ସାମ୍ନାସାମ୍ନି ଚୀନର ପିପୁଲ୍ସ ଲିବରେସନ୍ ଫୋର୍ସ ସହିତ ହୋଇଥିଲା । ଏଭଳି ସାମ୍ନାସାମ୍ନି ସ୍ଥିତି ପରେ ସୀମାରେ ଦୁଇ ଦେଶ ପକ୍ଷରୁ ପ୍ରତିିନିଧିସ୍ତରୟୀ ଆଲୋଚନା ହୋଇଥିଲା ।

China and India
image courtesy -http://www.sbs.com.au

ଏଠାରେ ସୂଚନା ଦିଆଯାଇପାରେ ଆଗକୁ ଅକ୍ଟୋବର ମାସରେ ଭାରତ ଚୀନ୍ ସୀମାକୁ ଲାଗିଥିବା ଅରୁଣାଚଳ ପ୍ରଦେଶରେ ସବୁଠୁ ବଡ ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛି ଭାରତ । ଏଥିରେ ମାଉଁଟେନ୍ଷ୍ଟ୍ରାଇକ୍ ଫୋର୍ସର ୫ ହଜାରରୁ ଅଧିକ ଜବାନ ବାୟୁସେନା ସହିତ ମିଶି ଅଭ୍ୟାସ କରିବେ ।  ଚୀନ୍ ସୀମାରେ ଏହା ଭାରତର ସବୁଠୁ ବଡ ଯୁଦ୍ଧ ଅଭ୍ୟାସ । ଏହା ଆଗରୁ ଲଦାଖ ସୀମାରେ ଭାରତ-ଚୀନ୍ ସେନା ଜବାନ ମୁହାଁମୁହିଁ ହୋଇଛନ୍ତି ।