ଚନ୍ଦ୍ରରେ ପାଣି ରହିଥିବା ଖବର ପ୍ରଥମ ଥର ପାଇଁ ଭାରତ ସମ୍ପୁର୍ଣ୍ଣ ବିଶ୍ୱକୁ ଦେଇଥିଲା , ଯାହା ପଛରେ ଥିଲା ଚନ୍ଦ୍ରଯାନ-୧ ର ହାତ ।

1,112

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା । ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା । ଏହାପୂର୍ବରୁ ଭାରତ ଚନ୍ଦ୍ରଯାନ-୧ ରେ କରିଥିବା ସୌଧରେ ଚନ୍ଦ୍ର ମାଟିରେ ପାଣି ଥିବା କଥା ପ୍ରଥମେ ଜଣାଇଥିଲେ । ଯାହାପରେ ପୁରା ଦୁନିଆ ଭାରତକୁ ସଲାମ୍ କରିଥିଲା । ବର୍ତ୍ତମାନ ବିକ୍ରମ ଲ୍ୟାଣ୍ଡର ସହ ଇସ୍ରୋ ବୈଜ୍ଞାନିକଙ୍କ ସଂପର୍କ କଟିଯାଇଥିଲେ ମଧ୍ୟ ଚନ୍ଦ୍ରଯାନ-୨ ଅର୍ବିଟର ପୁରା ୧ ବର୍ଷ ଚନ୍ଦ୍ର କକ୍ଷରେ ବୁଲି ଗବେଷଣା କରିବା ସହ ପୃଥିବୀକୁ ଫଟୋ ପଠାଇବ ।

ଇସ୍ରୋ ୨୦୦୮ ରେ ଲଞ୍ଚ୍ କରିଥିଲା ଚନ୍ଦ୍ରଯାନ – ୧ :

ଇସ୍ରୋ ଅକ୍ଟୋବର ୨୨ , ୨୦୦୮ ରେ ନିଜର ପ୍ରଥମ ଚନ୍ଦ୍ରଯାନ ମିଶନ୍ କୁ ଲଞ୍ଚ୍ କରିଥିଲା । ଯାହାକୁ ପିଏସଏଲବି ଏକସଏଲ୍ ରକେଟ୍ ଜରିଆରେ ପ୍ରକ୍ଷେପଣ କରାଯାଇଥିଲା । ଯେଉଁଥିରେ ଗୋଟିଏ ଅର୍ବିଟର୍ ଏବଂ ଏମପେକ୍ଟର ଚନ୍ଦ୍ରକୁ ପଠାଯାଇଥିଲା । ଚନ୍ଦ୍ରଯାନ – ୧ ୮ ନଭେମ୍ବରରେ ଚନ୍ଦ୍ରର କକ୍ଷରେ ପହଁଚିଥିଲା । ଏହି ମିଶନ୍ ୨ ବର୍ଷ ପାଇଁ ଥିଲା । ଏହି ସମ୍ପୁର୍ଣ୍ଣ ପ୍ରୋଜେକ୍ଟରେ ୩୮୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଚନ୍ଦ୍ରଯାନ – ୧ ରେ ପଠାଯାଇଥିବା ଇମପେକ୍ଟର ୧୮ ନଭେମ୍ବର ୨୦୦୮ କୁ ଅର୍ବିଟର୍ ରୁ ଅଲଗା ହୋଇ ଚନ୍ଦ୍ର ଆଡକୁ ଅଗ୍ରସର ହୋଇଥିଲା । ଚନ୍ଦ୍ରର ଯେଉଁ ଅଂଶରେ ଚନ୍ଦ୍ରଯାନ – ୧ ରହିଥିଲା ଉକ୍ତ ସ୍ଥାନକୁ ଜବାହାର ପଏଣ୍ଟ୍ ନାମରେ ନାମିତ କରାଯାଇଛି । ଚନ୍ଦ୍ରଯାନ – ୧ ର ମୋଟ ଓଜନ ୧,୩୮୦ କିଗ୍ରା ଥିଲା । ଏଥିରେ ୧୧ ବିଶେଷ ଉପକରଣ ଲାଗିଥିଲା ।

ଇସ୍ରୋ ଦ୍ୱାରା ଲଞ୍ଚ୍ କରାଯାଇଥିବା ଚନ୍ଦ୍ରଯାନ – ୧ ଅଗଷ୍ଟ ୨୮ , ୨୦୦୯ ବେଳକୁ ଇସ୍ରୋ ବୈଜ୍ଞାନିକଙ୍କୁ ଡାଟା ପଠାଇବା ବନ୍ଦ କରିଦେଇଥିଲା । ଏହାପରେ ଅଗଷ୍ଟ ୨୯ ତାରିଖରେ ଇସ୍ରୋ ମିଶନ୍ ଚନ୍ଦ୍ରଯାନ – ୧ କୁ ବନ୍ଦ କରିବାର ଘୋଷଣା କରିଥିଲା । ପାଖାପାଖି ୭ ବର୍ଷ ପରେ ଜୁଲାଇ ୨ , ୨୦୧୬ ରେ ନାସାର ଶକ୍ତିଶାଳୀ ରଡାର୍ ସିଷ୍ଟମ୍ ଚନ୍ଦ୍ର କକ୍ଷରେ ଚକ୍କର ଲଗାଉଥିବା ଏକ ଲ୍ୟାଣ୍ଡରକୁ ଦେଖିଥିଲା । ଜାଞ୍ଚ୍ ବେଳେ ଏହା ଭାରତର ଚନ୍ଦ୍ରଯାନ – ୧ ବୋଲି ଜଣାପଡିଥିଲା ଯାହା ଏବେ ସୁଦ୍ଧା ସେଠାରେ ଉପସ୍ଥିତ ଅଛି ।

Comments are closed.