ଫ୍ୟାନ ଭିଲେଜରେ ହକି ହିରୋ । ଦର୍ଶକଙ୍କୁ ଅନୁଭୁତି ବାଂଟିଲେ ଭାରତୀୟ ଦଳ । ବିଜୟ ପାଇଁ ଖେଳାଳିଙ୍କୁ ରୁଦ୍ରାକ୍ଷ ଦେଲେ ପୁଲିସ ମହାନିର୍ଦେଶକ

61

କନକ ବ୍ୟୁରୋ: ଫ୍ୟାନ ଭିଲେଜରେ ହକି ଖେଳାଳି । ଫ୍ୟାନ୍ ଭିଲେଜରେ ପହଁଚିବା ପରେ ଟିମ୍ ଇଣ୍ଡିଆର କୋଚ୍ ଓ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରଜନୀଗନ୍ଧା ଓ ଗୋଲାପ ଫୁଲ ଦେଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା । ଖାଲି ସେତିକି ନୁହେଁ ଟିମ୍ ଇଣ୍ଡିଆର ବିଜୟ ପାଇଁ ଓଡିଶା ପୁଲିସ୍ ପକ୍ଷରୁ ପ୍ରତ୍ୟକ ଖେଳାଳିଙ୍କୁ ରୁଦ୍ରାକ୍ଷ ପ୍ରଦାନ କରାଯାଇଥିଲା । ଖେଳାଳିଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବା ଲାଗି ଏଭଳି କରାଯାଇଥିବା କୁହାଯାଉଛି । ଫ୍ୟାନ ଭିଲେଜରେ ଆୟୋଜିତ ଏହି ଭବ୍ୟ ସ୍ୱାଗତ ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇଥିଲେ । ଖେଳାଳିମାନଙ୍କୁ ଚାପ ମୁକ୍ତ ହୋଇ ଖେଳିବାକୁ ସେ ପରାମର୍ଶ ଦେଇ ଥିଲେ । ସେହିପରି ବେଲଜିୟମ

ଏଥିସହିତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଲାଇଭ ମ୍ୟାଚକୁ ବଡ ସ୍କ୍ରିନରେ ଉପଭୋଗ କରିଛି ଟିମ । ସେହିପରି ଟିମ ଇଣ୍ଡିଆ ଫାନ ଭିଲେଜରେ ମୁଖ୍ୟ ଆକର୍ଷଣ ପାଲଟିଥିଲା । ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଙ୍କ ଅନୁରୋଧକ୍ରମେ ଭିଲେଜରେ ସ୍ଥାନ ପାଇଥିବା ରାଜ୍ୟପୋଲିସର ଷ୍ଟଲକୁ ଟିମ ଇଣ୍ଡିଆ ବୁଲି ଦେଖିଥିଲା ।

ଅନ୍ୟପଟେ ଟିମ ର ପ୍ରତ୍ୟେକ ସଦସ୍ୱଙ୍କୁ ବ୍ୟାଣ୍ଡ ବଜାଇ ସ୍ୱାଗତ କରିବା ପରେ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରିଡାବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହିତ ହକି ଇଣ୍ଡିଆର ବହୁ ଅଧିକାରୀ ସାମିଲ ହୋଇଥିଲେ ।