କନକ ବ୍ୟୁରୋ : ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ର ଦ୍ୱିତୀୟ ସଂସ୍କରଣରେ ଅନୁଷ୍ଠିତ ରବିବାର ମ୍ୟାଚ୍ରେ ଭାରତ ୩-୨ ପେନାଲ୍ଟି ସୁଟ୍ ଆଉଟ୍ରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ (ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନ) ଦମ୍ଦାର ପ୍ରଦର୍ଶନ କରି ନେଦରଲ୍ୟାଣ୍ଡ (ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନ)କୁ ହରାଇ ଦେଇଛି । ପ୍ରଥମେ ଏହି ମ୍ୟାଚ୍ ଉଭୟ ଦେଶ ପକ୍ଷରୁ ୩-୩ ଗୋଲରେ ଶେଷ ହୋଇଥିଲା । ଫଳାଫଳ ନ ବାହାରିବାରୁ ଶେଷରେ ପେନାଲ୍ଟି ସୁଟ୍ ଖେଳାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତ ଶନିବାର ନେଦରଲ୍ୟାଣ୍ଡକୁ ପ୍ରଥମ ମ୍ୟାଚରେ ୫-୨ ଗୋଲରେ ପରାସ୍ତ କରିଥିଲା । ଭାରତ ତରଫରୁ ଗୁରଜନ୍ତ ସିଂ ପ୍ରଥମ ମିନିଟରେ ନେଦରଲ୍ୟାଣ୍ଡକୁ ଗୋଲ ଦେଇଥିଲେ । ଖେଳର ୧୨ ମିନିଟରେ ରୁପିନ୍ଦର ସିଂହ ଦଳ ପକ୍ଷରୁ ୨ୟ ଗୋଲ ଦେଇଥିବା ବେଳେ ସେ ୪୬ ମିନିଟରେ ଆଉ ଏକ ଗୋଲ ଦେଇଥିଲେ । ନେଦରଲ୍ୟାଣ୍ଡ ନିଜର ପ୍ରଥମ ଗୋଲ ୧୪ ମିନିଟରେ ଦେଇଥିଲା । ଜିପ୍ ଜନସିନଙ୍କ ଦ୍ୱାରା ଏହି ଗୋଲ କରାଯାଇଥିଲା । ମନଦୀପ ସିଂହ ୩୪ ମିନିଟରେ ଓ ଲଲିତ ଉପାଧ୍ୟାୟ ୩୬ ମିନିଟରେ ଗୋଲ ଦେଇଥିଲେ । ନେଦରଲାଣ୍ଡ ପାଇଁ ଜେରୋଇନ ହରତଜବର୍ଗ ୨୪ ମିନିଟରେ ଗୋଲ ଦେଇଥିଲେ । ଭାରତୀୟଙ୍କ ପ୍ରଭାବଶାଳୀ ପ୍ରଦର୍ଶନରେ ଷ୍ଟାଡିୟମର ଗ୍ୟାଲରୀରେ ବସିଥିବା ଦର୍ଶକମାନେ ଉତ୍ସାହିତ ଦେଖାଯାଇଥିଲେ ।