ଭାରତୀୟ ଟିମ୍ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ରେ ଶୁକ୍ରବାର ଇଂଲଣ୍ଡକୁ ଭେଟିବ। ଭାରତୀୟ ଟିମ୍ ଗତ ବର୍ଷ ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେବା ଘଟଣାକୁ ଭୁଲି ନଥିବାରୁ ଏହି ମୁକାବିଲାରେ ପ୍ରତିଶୋଧ ନେବାକୁ ଉଦ୍ୟମ କରିବ। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ପୂର୍ବାହ୍ନ ୫ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ବିଶ୍ୱକପ ଫାଇନାଲରେ ଭାରତକୁ ୯ ରନରେ ପରାସ୍ତ କରି ଇଂଲଣ୍ଡ ଚାମ୍ପିଅନ୍ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଯଦିଓ ପରାଜିତ ହୋଇଥିଲା ତଥାପି, ଟିମ୍ ପାଇଁ ଏକ ନୂତନ ଯୁଗ ଆରମ୍ଭ ହୋଇ ଯାଇଥିଲା।
ଭାରତୀୟ ମହିଳା ଟିମ୍ ଚଳିତ ଟି-୨୦ ବିଶ୍ୱକପରେ ନିଜର ପ୍ରଶଂସକଙ୍କୁ ନିରାଶା କରି ନାହିଁ। ଭାରତ ଚଳିତ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଅପରାଜେୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ୩୪ ରନରେ ହରାଇଥିଲା। ସେହିପରି ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଥିଲା।
ଏହି ମ୍ୟାଚରେ ଭାରତର ବ୍ୟାଟିଂ ଭାର ମିତାଲି ରାଜ, ସ୍ମୃତି ମାନ୍ଧନା ଓ ଅଧିନାୟକ ହରମନପ୍ରୀତ କୌରଙ୍କ ଉପରେ ନିର୍ଭର କରିବ । ସେହିଭଳି ଭାରତୀୟ ସ୍ପିନର ମଧ୍ୟ ଆସନ୍ତାକାଲି ମ୍ୟାଚରେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରଂଶସକ । ଖାସକରି ଭାରତର ବ୍ୟାଟିଂ ଓ ଇଂଲଣ୍ଡର ବୋଲିଂ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/India-Women-ICC-Twitter_630_630.jpg)