ଖାଲି ସାବରୀମାଳା ନୁହଁ ଭାରତରେ ରହିଛି ଏଭଳି ୧୦ ଟି ମନ୍ଦିର ଯେଉଁଠି ମହିଳାଙ୍କ ପ୍ରବେଶ ଉପରେ ଲାଗିଛି ନିଷେଦ୍ଧ । ତାଲିକାରେ ଓଡିଶା ବି ସାମିଲ୍ ।

4,280

ହିନ୍ଦୁଧର୍ମରେ କୁହାଯାଇଛି, ‘ୟତ୍ର ନାୟେସ୍ତୁ ପୁଜ୍ୟସ୍ତେ ରମସ୍ତେ ତତ୍ର ଦେବତା :’ ଯେଉଁଠାରେ ନାରୀର ପୂଜା ହୋଇଥାଏ, ସେଠାରେ ଦେବତାମାନେ ବାସ କରନ୍ତି । କିନ୍ତୁ ଏଭଳି କେତେକ ଜାଗା ରହିଛି ଯେଉଁଠି ମହିଳାମାନଙ୍କର ମନ୍ଦିରରେ ଭଗବାନଙ୍କ ପୂଜା କରିବାର କୌଣସି ଅଧିକାର ନାହିଁ । କେବଳ ସାବରୀମାଳା ମନ୍ଦିର ନୁହେଁ ବରଂ ଦେଶରେ ଏଭଳି ୧୦ ଟି ମନ୍ଦିର ରହିଛି ଯେଉଁଠି ମହିଳାମାନଙ୍କୁ ମନ୍ଦିର ଭିତରକୁ ଯିବା ଉପରେ ପ୍ରତିବନ୍ଧକ ରହିଛି । ଆସନ୍ତୁ ଜାଣିବା ସେହି ୧୦ଟି ମନ୍ଦିର ସମ୍ପର୍କରେ ।

 

ଶନି ଶିଙ୍ଗଣାପୁର ମନ୍ଦିର, ଅହମଦନଗର, ମହାରାଷ୍ଟ୍ର :- ଏହି ମନ୍ଦିରର ଗର୍ଭଗୃହକୁ ମହିଳାଙ୍କ ପ୍ରବେଶ ବର୍ଜିତ କରାଯାଇଛି । କୁହାଯାଏ କି, ମହିଳାଙ୍କ ନିକଟ ଯିବା ଦ୍ୱାରା ଶନିଦେବଙ୍କ ଠାରୁ ଏକ ତରଙ୍ଗ ଜାତ ହୁଏ । ଦୀର୍ଘ ୫୦୦ବର୍ଷକାଳରୁ ଏହି ମନ୍ଦିରକୁ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ ।

କାର୍ତିକେୟ ମନ୍ଦିର, ପିହୋବା, ହରିୟାଣା :- ମାନ୍ୟତା ରହିଛି କ,ି ଏଠାରେ ସ୍ଥାପିତ ଭଗବାନ କାର୍ତିକେୟ ବହ୍ମଚାରୀ । ସେଥିପାଇଁ ଅଭିଶାପର ଭୟ ଦେଖାଇ ଏଠାକାର ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।

ଘଟଇ ଦେବୀ ମନ୍ଦିର, ସତାରା, ମହାରାଷ୍ଟ୍ର :- ଏହି ମନ୍ଦିରକୁ ମଧ୍ୟ ମହିଳାମାନଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ । ମହିଳାଙ୍କ ପ୍ରବେଶକୁ ନେଇ ଯେଉଁ ବୋର୍ଡ ଗଠିତ ହୋଇଥିଲା ତାହାକୁ ହଟାଇ ଦିଆଯିବା ସତ୍ତେ୍ୱ ମଧ୍ୟ ମନ୍ଦିରକୁ ପ୍ରବେଶ କରିବା ନେଇ ମହିଳାକୁ ଅନୁମତି ଦିଆଯାଏ ନାହିଁ ।

କୀର୍ତନ ଘର, ବରପେଟା ସତ୍ର, ବରପେଟା, ଆସାମ :- ଆସାମର ବରପେଟାରେ ସ୍ଥିତ ଏହି ମନ୍ଦିରକୁ ମହିଳାଙ୍କୁ ଯିବାକୁ ଦିଆଯାଏ ନାହିଁ । କୁହାଯାଏ କି, ଏହା ଏକ ବୈଷ୍ଣବ ମଠ । ଏହି ମନ୍ଦିରକୁ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ମିଳି ନଥିଲା ।

ମଙ୍ଗଳ ଚାନ୍ଦି ମନ୍ଦିର, ବୋକାରୋ, ଝାଡଖଣ୍ଡ :- ମନ୍ଦିରର ଗର୍ଭଗୃହ ଠାରୁ ୧୦୦ଫୁଟ ବାହାରେ ମହିଳାମାନେ ପ୍ରବେଶ କରିପାରିବେ । ଏହି ୧୦୦ଫିଟର ଘରର ଭିତରେ ମହିଳା ଯଦି ପ୍ରବେଶ କରନ୍ତି ତାହାଲେ ତାଙ୍କ ଉପରେ ବିପଦ ଦେଖାଦେଇପାରେ ବୋଲିି ଚେତାବନୀ ଦିଆଯାଏ ।

ମାବଲୀ ମାତା ମନ୍ଦିର, ଧମତରୀ, ଛତିଶଗଡ :- ଏଠାରେ ମାନ୍ୟତା ରହିଛି କି, ଥରେ ରାତିରେ ପୂଜାରୀଙ୍କୁ ସ୍ୱପ୍ନ ଆସିଥିଲା କି ଦେବତାଙ୍କୁ ମହିଳାମାନେ ପସନ୍ଦ ନୁହନ୍ତି । ସେଥିପାଇଁ ଏହା ପରଠାରୁ ମନ୍ଦିରରେ ମହିଳାଙ୍କ ପ୍ରବେଶ ବର୍ଜିତ କରାଯାଇଛି ।

ବିମଳା ମାତା ମନ୍ଦିର, ପୁରୀ, ଓଡିଶା :- ଏଠାରେ ମାନ୍ୟତା ରହିଛି କି ମହିଳା ହେଉଛନ୍ତି ମା କାଳୀଙ୍କ ଅବତାର । ସେଥିପାଇଁ ପୁରୀର ଜଗନ୍ନାଥ ମନ୍ଦିର ପରିସର ସ୍ଥିତ ବିମଳା ମାତା ମନ୍ଦିରରେ ଦୁର୍ଗା ପୂଜା ସମୟରେ ୧୬ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଏ ନାହିଁ ।

କାମାକ୍ଷା ଦେବୀ, କାମାକ୍ଷା, ଆସାମ :- ଏଠାରେ ମାସିକ ଋତୁ ସମୟରେ ମହିଲାଙ୍କୁ ଏହି ମନ୍ଦିରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ । ଏଠାରେ ଦେବୀ ନିଜେ ରଜସ୍ୱଲା । କିନ୍ତୁ ରଜସ୍ୱସଲା ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି ।

ଅବଧୁନ ଦେବୀ ମନ୍ଦିର, କୋବଲମ, କେରଳ :- ମାସକ ଧର୍ମ ସମୟରେ ମହିଳାଙ୍କ ବାରଣକୁ ନେଇ ଏହି ମନ୍ଦିରର ବାହାରେ ନୀଳ ରଙ୍ଗର ବୋର୍ଡରେ ବଡ-ବଡ ଅକ୍ଷରରେ ଲେଖା ହୋଇଛି ।

ସାବରୀମାଳା ଶ୍ରୀ ଅୟପ୍ପା ମନ୍ଦିର, ପଥନାମାଥିଟ୍ଟା, କେରଳ :- ମାନ୍ୟତା ରହିଛି କି ଦେବତା ଅୟପ୍ପା ହେଉଛନ୍ତି ବ୍ରହ୍ମଚାରୀ । ସେଥିପାଇଁ ୧୦ରୁ ୫୦ବର୍ଷ ବୟସର ମହିଳାଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଏ । ସୁପ୍ରିମକୋର୍ଟର ଆଦେଶ ପରେ ମଧ୍ୟ ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ସୁନିଶ୍ଚିତ ହୋଇପାରି ନାହିଁ ।